ପୁରୀ :ଖବର ସତ୍ୟବାଦୀ ଓଡିଶା NEWS (ନିପ୍ର)ଜଣା ଶୁଣା ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ନିଆରା କାର୍ଯ୍ୟକ୍ରମ!|ବୟସ ଅତିକ୍ରାନ୍ତେ ଦୃଷ୍ଟି ଶକ୍ତି କ୍ରମଶଃ ହ୍ରାସ ପାଇବା ସହିତ ବୟସ୍କ ମାନେ ଚକ୍ଷୁ ସମ୍ପର୍କୀୟ ଅନେକ ରୋଗର ସମ୍ମୁଖୀନ ହୋଇ ସାଧାରଣ ଦିନ ମାନଙ୍କରେ ବିଭିନ୍ନ ପ୍ରକାର ଅସୁବିଧାର ଧିକର ହୁଅନ୍ତି। ଏସବୁର ସମସ୍ୟା ଅନେକଙ୍କ ପାଇଁ କଷ୍ଟକର ବ୍ୟାପାର । ଏହି ଅବସରରେ ତୀର୍ଥରାଜ ପୁରୀ ସ୍ଥିତ ଗତ ତା. ୦୧. ୦୨. ୨0୨୫(ଶନିବାର )ସ୍ଥାନୀୟ ବିଜୟ ନଗର ଜନ ମଙ୍ଗଳସମିତି. ବଳିଆପଣ୍ଡା ଠାରେ ଓଡ଼ିଶାର ଏକ ଅଗ୍ରଣୀ ସଂଗଠନ ଉର୍ଜାବାନ ଓଡିଶା ତରଫରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଥିଲା। ଯେଉଁଥିରେ ଅତିଥି ଭାବେ ପୁରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ସୁନୀଲ କୁମାର ପ୍ରଧାନ, ବଳିଆପଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ବିଦିତା ନାୟକ, ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରି, ବରିଷ୍ଠ ସେବାୟତ ଭଗବାନ ସୁଆର, ଉର୍ଜାବାନ ଓଡିଶା ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର, ସଭାପତି ସନ୍ତୋଷ ସେନାପତି, ଭିଜନ କ୍ୟାଏର ନେତ୍ର ଓପୋମେଟ୍ରିଷ୍ଟ ପ୍ରିୟବ୍ରତ ଚଳସିଂହ, ମନୋଜ ମଣ୍ଡଳ ସମତେ ବହୁ ସମାଜସେବୀ ଓ ଅନୁଷ୍ଠାନର ସକ୍ରିୟ କର୍ମୀ ମାନେ ଯୋଗଦେଇଥିଲେ। ସମ୍ପାଦିକା ନିହାରିକା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…

More Stories
ସତ୍ୟବାଦୀ ଆଳିସ ଗ୍ରାମରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ |
ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ୩-ଦିନିଆ ଓଡିଶୀ କର୍ମଶାଳା ଆରମ୍ଭ|
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |