ସତ୍ୟବାଦୀ ମହୋତ୍ସବ ର ଉଦଯାପନୀ ଦିବସ ରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ |

Love with Khabar Satyabadi

ସାକ୍ଷୀଗୋପାଳ :ତା ୧୧- ୦୨- ୨୫ରିଖ ଖବର ସତ୍ୟବାଦୀ ଓଡିଶା NEWS :ସତ୍ୟବାଦୀ ମହୋତ୍ସବ ରେ ଯୋଗ ଦେବାପାଇଁ ଆଜି ମହୋତ୍ସବ କମିଟି ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ନିମନ୍ତ୍ରଣ କରାଯାଇଛି |ଏନେଇ ଆଜି ସଭାପତି ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର, ତ୍ରିଲୋଚନ ରଥ,ମହୋତ୍ସବ କମିଟି ସମ୍ପାଦକ ଦୀପକ ଶତପଥି, ପ୍ରଦ୍ୟୁମ୍ନ ଶତପଥି,ଅଶୋକ ରାଉତରାୟ, ବଦ୍ରି ନାରାୟଣ ଖୁଣ୍ଟିଆ,ପୂର୍ବତନ ମଣ୍ଡକ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ, ଶଙ୍କର୍ଷଣ ପ୍ରଧାନ,ପୂର୍ବତନ ସମ୍ପାଦକ ଜାନକୀ ବରାଳ,ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ କରି ମହୋତ୍ସବ ର ଉଦଯାପନୀ ଦିବସ ର ମୁଖ୍ୟ ଅତିଥି ଭାବେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଛନ୍ତି |ଏବଂ ମହୋତ୍ସବ ର ଶେଷ ଦିନ ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ଙ୍କ ଆଗମନ ନେଇ କମିଟି ସମ୍ପାଦକ ଅନ୍ୟ ସଦସ୍ୟ ମାନଙ୍କ ଠାରୁ ସୂଚନା ମିଳିଛି!|ଏହାକୁ ନେଇ କମିଟି ର ସମସ୍ତ ସଦସ୍ୟ ଖୁସି ବ୍ୟକ୍ତ କରିବା ସହିତ ଅନୁଷ୍ଠାନ ର ସଭାପତି ବିଧାୟକ ଶ୍ରୀଯୁକ୍ତ ମିଶ୍ର ଙ୍କୁ ଧନ୍ୟବାଦ ଗ୍ୟାମ୍ପନ କରିଛନ୍ତି |ବିଧାୟକ ଏଭଳି ସହଯୋଗ ପାଇଁ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…