ପୁରୀ :ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS( ନିପ୍ର) ଓଡିଶା ଟାଟା ପାୱାର ତରଫରୁ ଆୟୋଜିତ ହୋଇଥିବା OhMyBeautifulOdishaContest” ଫଟୋଗ୍ରାଫି ପ୍ରତିଯୋଗିତାରେ ସତ୍ୟବାଦୀ ନିବାସିନୀ ଅନୀତା ପରିଡା ବିଜୟୀ ହୋଇଛନ୍ତି । ଓଡିଶାର ସଂସ୍କୃତି, ଐତିହ୍ୟ ଏବଂ ସୌନ୍ଦର୍ଯ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଫଟୋଗ୍ରାଫି ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ପ୍ରତିଯୋଗିତାରେ ଓଡିଶା ଏବଂ ଓଡିଶା ବାହାରରୁ ଲକ୍ଷାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ୧୩ ଜଣ ପ୍ରତିଯୋଗୀଙ୍କୁ ବିଜୟୀ ଭାବରେ ଚୟନ କରାଯାଇଥିଲା ।ପୁରସ୍କାର ସମାରୋହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଟାଟା ପାୱାରର ସଭାପତି ସଞ୍ଜୟ ବାଙ୍ଗା ଏବଂ ଟିପି ସିଓଡ଼ିଏଲ ଙ୍କ ଦ୍ଵାରା ଅନୀତା ପରିଡାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଟାଟା ପାୱାର ୨୦୨୫ ବାର୍ଷିକ କ୍ୟାଲେଣ୍ଡର ପାଇଁ ଅନୀତାଙ୍କ ଫଟୋ ଚୟନ କରାଯାଇଥିବା ଘୋଷଣା କରାଯାଇଥିଲା । ଏହି କ୍ୟାଲେଣ୍ଡର ବିଭିନ୍ନ ଦେଶରେ ପ୍ରଦର୍ଶିତ ହେବ ବୋଲି ଜଣାଯାଇଛି ।ଟାଟା ପାୱାରର ଏହି ଉଦ୍ୟମ ଓଡିଶାର ସଂସ୍କୃତି ଏବଂ ଐତିହ୍ୟକୁ ବିଶ୍ୱସ୍ତରରେ ପ୍ରଚାର ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗ୍ରାମର ମେଲଣ ସମୟରେ ହରିହର ଭେଟର ଦିବ୍ୟ ଦୃଶ୍ୟର ଫଟୋଚିତ୍ର ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ଏହି ସଫଳତା ପାଇଁ ଅନୀତା ପରିଡା ସ୍ଵୟଂ ପ୍ରଭୁ ଜଗନ୍ନାଥ ଓ ଗ୍ରାମର ଠାକୁର ଭଗବତ ବାସୁଦେବଙ୍କ ଆଶୀର୍ବାଦକୁ କାରଣ ମାନିଛନ୍ତି ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
More Stories
ରାଜ୍ୟରେ ଖୋଜି ଖୋଜି ଭୂମିହୀନ ଙ୍କୁ ପଟା ଦେବେ ସରକାର |
ବିଦ୍ୟାଳୟ ମଧ୍ୟରେ ରାତିସାରା ଝରକା ସନ୍ଧିରେ ଫସିରହିଲା କୁନିଝିଅ |
କଳି ଯୁଗରେ ସତ୍ୟ ଘଟଣା |ମନ୍ଦିର ରେ ଦିଶିଲା ମା ଙ୍କ ପାଦଚି଼ହ୍ନ |