ପୁଣି ବାଜି ମାରିଲା ଭାରତ । ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଗଲା ଭାରତୀୟ ଦଳ । ଦୁବାଇରେ ଚାଲିଥିବା ଚାମ୍ପିଆନ୍ସ ଟ୍ରଫିର ପ୍ରଥମ ସେମି ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୨୬୫ ରନର ବିଜୟ ଲକ୍ଷ୍ୟ ରଖିଥିଲା ଅଷ୍ଟ୍ରେଲିଆ। ଷ୍ଟିଭେନ ସ୍ମିଥଙ୍କ ୭୩ ଏବଂ ଆଲେକ୍ସ କ୍ୟାରୀଙ୍କ ୬୧ ରନ ବଳରେ କଙ୍ଗାରୁ ଟିମ୍ ୨୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା।
ବିଜୟ ଲକ୍ଷ୍ୟର ପିଛା କରି ଭାରତ ପକ୍ଷରୁ ରୋହିତ ଶର୍ମା ୨୮, ଶୁବମନ ଗିଲ ୮, ଶ୍ରେୟାର ଆୟର ୪୫ ଏବଂ ଅକ୍ଷର ପଟେଲ ୨୭ ରନ କରି ପ୍ୟାଭିଲିଅନ ଫେରିଥିଲେ। ହେଲେ ଦଳକୁ ସମ୍ଭାଳିଥିଲେ ବିରାଟ କୋହଲି । ତାପରେ ବିରାଟଙ୍କ ପରେ କେଲ ରାହୁଲ ଓ ହାର୍ଦ୍ଦିକ ପାଣ୍ଡିଆ ଦଳକୁ ସମ୍ଭାଳିଥିଲେ ।
ଏହି ବିଜୟ ସହ ୨୦୨୩ ନଭେମ୍ବର ୧୯ର ବଦଲା ନେଲା ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷରେ ଚମ୍ପିଆନ୍ସ ଟ୍ରଫି ସେମିଫାଇନାଲରେ ଭାରତର ବଡ଼ ବିଜୟ । ବିରାଟ କୋହଲିଙ୍କ ଦମଦାର ୮୪ ରନ୍ ବଳରେ ଅଷ୍ଟ୍ରେଲିଆକୁ ୫ ୱିକେଟ୍ରେ ପରାସ୍ତ କରିଛି ଭାରତ । ଏହି ବିଜୟ ସହ ପ୍ରଥମ ଦଳ ଭାବେ ଭାରତ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା…. NEWS
More Stories
ଧୂଳି ଚାଟିଲା ପାକିସ୍ଥାନ|ବିଜୟ ହାସଲ କଲା ଭାରତ |