ଝାରଖଣ୍ଡ ଏନ ଟି ପିସି କୋଇଲା ଖଣିର ବରିଷ୍ଠ ଅଧିକାରୀ ଙ୍କୁ ହତ୍ୟା |ତାତିଲେ ଲୋକେ |

Love with Khabar Satyabadi

କଣିହାଁ: ୧୧.୩.୨୪ :ଖବର ସତ୍ୟବାଦୀ ଓଡିଶା NEWS ଝାରଖଣ୍ଡ ହଜାରିବାଗ ଜିଲ୍ଲା ଏନ ଟି ପିସିକେରାନ୍ଦ୍ରୀ କୋଇଲା ଖଣିର ବରିଷ୍ଠ ଅଧିକାରୀ କୁମାର ଗୌରବଙ୍କ ନିର୍ମମ ହତ୍ୟା ଘଟଣାକୁ ବିରୋଧ କରି ଏନ ଟି ପିସି ସର୍ବ ଭାରତୀୟ ଅଧିକାରୀ ସଂଘ “ନେଫି” ର ଡାକରା କ୍ରମେ ଏନ ଟି ପିସି କଣିହାଁର “ଆପେକ୍ସ” ସଂଘର ସମସ୍ତ ବାରିଷ୍ଠ ଅଧିକାରୀ ଏଵଂ “ବିଏମ୍ ଏସ” , “ଇଣ୍ଟୁସ୍” ସଙ୍ଘର କର୍ମଚାରୀ ଏବଂ ତାଙ୍କ ପରିବାର ସଦସ୍ୟ ପ୍ଲାଣ୍ଟ ପରିସରରେ କ୍ୟାଣ୍ଡେଲ୍
ଶୋଭାଯାତ୍ରା କରି ତୀବ୍ର ବିରୋଧ ପ୍ରଦର୍ଶନ କରିଥଲେ। ପ୍ରଦର୍ଶନକାରି ମାନେ କୁମାର ଗୌରବ ଅମର ରହେ, ହତ୍ୟାକାରୀ ଙ୍କୁ ଗିରଫ ଆମର ଦାବି ଭଳି ନାରା ଦେଇ
ଗୌରବଜୀ ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା ରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସର୍ବ ଭାରତୀୟ ସ୍ତରରେ ଏନ ଟି ପିସି ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କ ସୁରକ୍ଷା ଦାବି କରିଛନ୍ତି।
ସୂଚନା ଅନୁସାରେ ଝାଡଖଣ୍ଡ ହଜାରିବାଗ ଜିଲ୍ଲା ଏନ ଟି ପିସି
କେରାନ୍ଦ୍ରୀ କୋଇଲା ଖଣିର ବରିଷ୍ଠ ଅଧିକାରୀ କୁମାର ଗୌରବ ଗତ ୮ ତାରିଖ ଦିନ ସକାଳ ୯.୩୦ ସମୟରେ କାର୍ଯ୍ୟାଳୟ କୁ ଯିବା ସମୟରେ ଦୁବୃର୍ତ୍ତ ମାନେ ତାଙ୍କୁ ତିନୋଟି ଗୁଳି ମାଡ଼ କରି ଦିବାଲୋକରେ ହତ୍ୟା କରିଥିଲେ। ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏନ ଟି ପିସି ର ଜଣେ ବରିଷ୍ଠ ଅଧିକାରୀଙ୍କୁ ହତ୍ୟା କରାଯାଇଥିବାରୁ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ଅନ୍ୟ ପଟେ ସର୍ବ ଭାରତୀୟ ଅଧିକାରୀ ସଂଘ “ନେଫି” ର ଡାକରା କ୍ରମେ ଦେଶର ସମସ୍ତ ଏନ ଟି ପିସୀ କର୍ମଚାରୀ ଙ୍କ ଧର୍ମଘଟ କୁ ନଜରରେ ରଖି ଅଗକୁ
ବିଦ୍ୟୁତ୍ ସଂକଟର ସମ୍ଭାବନା ମଧ୍ୟ ରହିଛି।ପୋଲିସ ପ୍ରଶାସନ ଏଵଂ ଗୁଇନ୍ଦା ବିଭାଗ ତରଫରୁ ଏହି ଘଟଣାକୁ ଗୁରୁତର ନେଇ ତଦନ୍ତ ଆରମ୍ଭ ହୋଇଥିବାର ସୁଚନା ମିଳିଛି।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS….