କଣ୍ଟିଲୋ ନୀଳ ମାଧବ ଙ୍କୁ ଦର୍ଶନ କଲେ ମହାମହିମ |

Love with Khabar Satyabadi

ଭୁବନେଶ୍ୱର ମାର୍ଚ୍ଚ ୨୪ : ଖବର ସତ୍ୟବାଦୀ ଓଡିଶା NEWS ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅପରାହ୍ନ ରେ ଭୁବନେଶ୍ୱର ପହଞ୍ଚିଥିଲେ |ବିମାନ ବନ୍ଦର ରେ ପହଞ୍ଚିବା ପରେ ରାଜ୍ୟପାଳ ହରିବାବୁ କାଦମ୍ପପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ସଚିବ ମନୋଜ ଆହୁଜା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିଥିଲେ |ସୂଚନା ମୁତାବକ ମହା ମହିମ ରାଷ୍ଟ୍ରପତି ଙ୍କ ଆଗମନ ପରେ ଏଜ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ଯାଇଛନ୍ତି |ଅପରାହ୍ନ ରେ ପ୍ରମୁଖ ତୀର୍ଥସ୍ଥଳ କଣ୍ଟିଲୋ ନୀଳ ମାଧବ ଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି |ଏବଂ ଏହାପରେ ସେ ପ୍ରଭୁ ଜଗନ୍ନାଥ ଙ୍କ ସହିତ ଜଡିତ ବିସ୍ୱାବସୁ ଶବର ସମାଜ ର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ଯୋଗଦେବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୂଆଦିଲ୍ଲୀ ଫେରିବେ |ଏହା ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଏବଂ ରାଷ୍ଟ୍ରପତି ଙ୍କ ଉପସ୍ଥିତି ଗର୍ବ ଏବଂ ଉତ୍ସବ ର ମୁହୂର୍ତ୍ତ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..