ଖବର ସତ୍ୟବାଦୀ ଓଡିଶା NEWS.. ବିମାନ ରେ ଥିଲେ ୨୪୨ ଜଣ ଯାତ୍ରୀ |ଆଉ ଝିଅ କୁ ଦେଖା କରିବାକୁ ଯାଉଥିଲେ ଗୁଜୁରାଟ ର ପୂର୍ବତନ ମୁଖ୍ୟମନ୍ତ୍ରୀ,ଦୁର୍ଘଟଣାଗ୍ରସ୍ତ ବିମାନରେ ଯାତ୍ରା କରୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ବିମାନର ସିଟ୍ ନଂ 2Dରେ ବସିଥିଲେ ।
ଦୁର୍ଘଟଣା ପୂର୍ବରୁ MAYDAY କଲ୍ କରିଥିଲେ ପାଇଲଟ୍ । ଅର୍ଥାତ୍ ଆସନ୍ନ ବିପଦ ସମ୍ପର୍କରେ ସେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ କରିଥିଲେ। କିନ୍ତୁ ସେତେବେଳକୁ ହୋଇଯାଇଥିଲା ବିଳମ୍ବ । ଦୁର୍ଘଟଣା ପରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ପରେ ଉଦ୍ଧାର ଅଭିଯାନରେ ସାମିଲ ହେଲେ ଭାରତୀୟ ସେନା ଓ NDRF। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ପିଏମଙ୍କ ନିର୍ଦ୍ଦେଶରେ ଉଭୟ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୁର୍ଘଟଣା ସ୍ତବ୍ଧ କରିଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଦ୍ୟୋଗପତି ଗୌତମ ଅଦାନୀ ପ୍ରମୁଖ ଏହି ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା..
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ ତ୍କୃତଜ୍ଞନ୍ତା ଗ୍ୟାମ୍ପନ କଲେ କେନ୍ଦ୍ରମନ୍ତ୍ରୀ |
ପାକିସ୍ଥାନ କୁ ଧୂଳି ଚଟାଉଛି ଭାରତ |