ପାକିସ୍ଥାନ କୁ ଧୂଳି ଚଟାଉଛି ଭାରତ |

Love with Khabar Satyabadi

ଭୁବନେଶ୍ୱର( ଖବର ସତ୍ୟବାଦୀ ଓଡିଶା NEWS ):ଭାରତ ର ଅପରେସନ ସିନ୍ଦୁର |ପାକିସ୍ତାନି ପୋଷ୍ଟ ଏବଂ ଆତଙ୍କବାଦୀ ଲଞ୍ଚ୍ ପ୍ୟାଡକୁ ଧ୍ୱଂସ କଲା ଭାରତୀୟ ସେନା। ତେବେ ପାକିସ୍ତାନରେ ଥିବା ଅତି କମରେ ଚାରୋଟି ବାୟୁସେନା ଘାଟିକୁ ଭାରତୀୟ ସେନା ଟାର୍ଗେଟ କରିଥିଲେ। ଏହି ସମୟରେ, ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ପାକିସ୍ତାନ ପଟୁ ଆକ୍ରମଣ କରୁଥିବା ମଧ୍ୟ ସୂଚନା ମିଳିଛି। ପାକିସ୍ତାନ ରାତିସାରା ଗୁଳିବର୍ଷା ଜାରି ରଖିଛି। କୁପୱାଡ଼ାରେ ବ୍ଲାକ୍ଆଉଟ୍ ଲାଗୁ କରାଯାଇଥିଲା।ତା ସହିତ ରାଜସ୍ଥାନ ର ଅନେକ ସ୍ଥାନ କୁ ମଧ୍ୟ ବ୍ଲାକ ଆଉଟ କରାଯାଇଛି |ଅନ୍ୟପଟେ ଦିଲ୍ଲୀ ରେ ହାଇ ଆଲର୍ଟ ଜାରି କରା ଯାଇଛି |ପାକିସ୍ତାନ ପଟୁ ସୀମାନ୍ତ ଅଞ୍ଚଳ ରେ ଗୁଳି ବର୍ଷା ଜାରି ରହିଛି |

ଏହି ଗୁଳିବର୍ଷାରେ ଜମ୍ମୁ ଏବଂ କାଶ୍ମୀରର ରାଜୌରୀରେ ଜଣେ ବରିଷ୍ଠ ଅଧିକାରୀଙ୍କ ଜୀବନ ଯାଇଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।ପାକିସ୍ତାନରେ ଶନିବାର ସକାଳେ ଅନେକ ଏୟାରବେସ୍ ରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣା ଯାଇଥିଲା। ରାୱଲପିଣ୍ଡିରେ ନୁରଝାନ୍ ଏୟାରବେସ୍, ଚକୱାଲରେ ମୁରିଦ୍ ଏୟାରବେସ୍ ଏବଂ ଝାଙ୍ଗରେ ରଫିକି ଏୟାରବେସ୍ ସମେତ ତିନୋଟି ବାୟୁସେନା ପ୍ରତିଷ୍ଠାନରେ ବିସ୍ଫୋରଣ ଘଟିଥିଲା ବୋଲି ପାକିସ୍ତାନର ସେନା ଦାବି କରିଛି |

ବ୍ୟୁରୋ ରିପୋର୍ଟ ଖବର ସତ୍ୟବାଦୀ ଓଡିଶା…