ଖବର ସତ୍ୟବାଦୀ ଓଡିଶା NEWS :ଗୋସେବା କୁ ନିଜର ଧର୍ମ ଭାବି ସତ୍ୟବାଦୀ ରେ ଆଗକୁ ଆସିଛନ୍ତି ଅନେକ ଯୁବକ, ରାସ୍ତା ଉପରେ ଗାଇ, ବାଛୁରୀ, ଷଣ୍ଢ ଦୁର୍ଘଟଣା ହେଲେ ପ୍ରଥମେ ଏମାନେ ପହଞ୍ଚି ତାଙ୍କର ସେବା କରି ଥାଆନ୍ତି ଏବଂ ଡାକ୍ତର ଙ୍କୁ ଅବଗତ କରାଇଥାନ୍ତି |ଆଜି ସେମାନଙ୍କ ମଧ୍ୟରେ ଓମ୍ ସତ୍ୟ ପ୍ରକାଶ ଙ୍କ ଜନ୍ମଦିନ ହୋଇଥିବାରୁ ଏହାକୁ କୁ ନିଆରା ଢଙ୍ଗରେ ପାଳିଛନ୍ତି ଏମାନେ ପ୍ରଥମେ |ସମସ୍ତେ ଏକାଠି ହୋଇ ସାକ୍ଷୀଗୋପାଳ ଙ୍କୁ ଦର୍ଶନ କରିବା ସହିତ ମନ୍ଦିର ନିକଟରେ ଥିବା ଗାଇ ମାନଙ୍କୁ ଖାଦ୍ୟ ଖାଇବାକୁ ଦେଇ ଜନ୍ମଦିନ ପାଳନ କରିଥିଲେ ଏନେଇ ସେମାନଙ୍କୁ ପଚାରିବାରେ ଗୋ ମାତା ଙ୍କ ସେବା ହିଁ ମାଧବ ଙ୍କ ସେବା ବୋଲି କହିଛନ୍ତି |ଏବଂ ଖୁବଶୀଘ୍ର ସତ୍ୟବାଦୀ ବିଧାୟକ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ଦେବା ପାଇଁ କହିଛନ୍ତି ଯେଉଁ ଦାବୀପତ୍ର ସାକ୍ଷୀଗୋପାଳ ପଶୁ ଚିକିତ୍ସାଳୟ ମଧ୍ୟରେ ଆହତ ଗାଇ ଗୋରୁ ଙ୍କ ନିମନ୍ତେ ଏକ ଗୃହ ନିର୍ମାଣ ପାଇଁ |ଯେଉଁଥିରେ ଦୁର୍ଘଟଣା ଘଟିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ସୁବ୍ୟବସ୍ତା ହୋଇ ପାରିବ |ଏମାନଙ୍କ ମଧ୍ୟରେ ରହିଛନ୍ତି ପ୍ରିୟଦର୍ଶୀ ମହାପାତ୍ର, ରଶ୍ମି ରଞ୍ଜନ ନାୟକ, ସତ୍ୟ ନାରାୟଣ ପ୍ରଧାନ, ଅମ୍ଲାନ ସାମନ୍ତରାୟ, ସମ୍ବିତ ମିଶ୍ର, ମୃତ୍ୟଞ୍ଜୟ ପରିଡା, ଚିକୁ, ସିଦ୍ଧାନ୍ତ, ଗୁଡ଼ୁ, ଜଗା ଓ ଅନ୍ୟ ଗୋସେବକ ଯୁବକ |
ଅଧିକ ପଢନ୍ତୁ ଖବର ଖବର ସତ୍ୟବାଦୀ ଓଡିଶା NEWS
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ