ଅଗ୍ନିକାଣ୍ଡ ରେ ଜଳିଗଲା ସବୁକିଛି |ବିପର୍ଣ୍ଣ ଙ୍କ ପାଖେ ପହଞ୍ଚିଛନ୍ତି ତହସିଲ ପ୍ରଶାସନ |

Love with Khabar Satyabadi

ଅଗ୍ନିକାଣ୍ଡ: ଜଳିଗଲା ୧୨ ବଖରା ଘର |ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡିଶା :
ପୁରୀ ଜିଲା ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ଘାସିଭବାନୀପୁର ଗ୍ରାମରେ ଶୁକ୍ରବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ ରୁ ଉର୍ଦ୍ଧ ପରିବାରର ୧ ୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସୂଚନାଯୋଗ୍ୟ ଗ୍ରାମର କୃଷ୍ଣ ଚନ୍ଦ୍ର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଭଗବାନ ପ୍ରଧାନ, ଇଶ୍ବର ଜେନା, ଓକିଲ ଜେନା, କୁମାରୀ ଜେନା, ଜମ୍ବେଶ୍ଵର ଜେନା, ସହଦେଵ ଜେନା, ବିଶ୍ବନାଥ ଜେନା ଓ ରବିନ୍ଦ୍ର ଜେନାଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ସେମାନଙ୍କର ୧୦ ବଖରା ଛପର ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ଘର ମଧ୍ୟରେ ଧାନ, ଚାଉଳ ଆଦି ଖାଦ୍ୟ ପଦାର୍ଥ, ଲୁଗାପଟା, ଆସବାବପତ୍ର ଆଦି ଜଳିଯାଇଛି। ଖବରପାଇ ସାକ୍ଷୀଗୋପାଳ ଅଗ୍ନିଶମ କେନ୍ଦ୍ର ଅଧିକାରୀ ପ୍ରଦିପ୍ତ ମହାପାତ୍ର ଦୁଇଟି ଦମକଳ ଗାଡ଼ି ଏବଂ ଅଶ୍ନିଶମ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମ୍ ପ୍ରକାଶ ପରିଡ଼ା ଓ ଅଳଗୁମ ରାଜସ୍ବ ନୀରିକ୍ଷକ ହୃଷିକେଶ ନାୟକଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ସମ୍ପର୍କରେ ପ୍ରାଥମିକ ତଦନ୍ତ କରିଛନ୍ତି। ପ୍ରତ୍ୟେକ ପରିବାରକୁ ଖଣ୍ଡିଏ ଖଣ୍ଡିଏ ପଲିଥିନ ଜରି ଦିଆଯାଇଛି ବୋଲି ତହସିଲଦାର ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଅଗ୍ନିକାଣ୍ଡ ର କାରଣ ସ୍ପଷ୍ଟ ଜଣାପଡ଼ି ନଥିଲେ ମଧ୍ୟ ବିଦ୍ୟୁତ ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନି ବିପନ୍ନ ପରିବାର ର ୩୦ ଜଣ ସଦସ୍ୟ ଓ ଗୃହ ପାଳିତ ପଶୁ ମାନଙ୍କୁ ଖାଦ୍ୟ ଏବଂ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS...