ଖବର ସତ୍ୟବାଦୀ ଓଡିଶା NEWS : ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ଭଜନ ସମାରୋହ କମିଟି ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ୩ ଦିନ ବ୍ୟାପି ଆୟୋଜିତ ଶ୍ରୀରାଧା ଜନ୍ମ ମହୋତ୍ସବ ଗୁରୁବାର ଦିନ ଯଜ୍ଞର ଶାଳାଧିବାସ ଓ ଅଙ୍କୁରାରୋପଣ ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ଦିନ ଘଟ ସ୍ଥାପନ କରାଯାଇଥିଲା। ମହୋତ୍ସବ ପାଳନ ନିମନ୍ତେ ପଞ୍ଚକୁଣ୍ଡିୟ ଵିଶ୍ବଶାନ୍ତି ମହାଯଜ୍ଞ ବୈଦିକ ପଣ୍ଡିତ ମଣ୍ଡଳୀ ଙ୍କ ଦ୍ବାରା ଆହୁତି କରାଯାଇଛି। ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟ ମର୍ଦ୍ଦଳ, ଶଙ୍ଖ, କାହାଳୀ ସହିତ ଚନ୍ଦନ ପୁଷ୍କରିଣୀ ରୁ ଅଭିମନ୍ତ୍ରିତ ଜଳକଳସ ସଂଗ୍ରହ କରି ଘଟସ୍ଥାପନ, ପଞ୍ଚଦେଵ ପୁଜା, ସହସ୍ର ନାମ, ଅଭିଷେକ ଆଦି ସମ୍ପନ୍ନ କରାଯାଇଥିଲା। ଏହି ଅବସରରେ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗୀତା ରେ ଚିତ୍ରାଙ୍କନ, ଝୋଟି , ଚିତା, ବକ୍ତୃତା, ଭଜନ, ଦେଶାତ୍ମବୋଧକ ଏବଂପାରମ୍ପରିକ ନୃତ୍ୟ ପ୍ରତିଯୋଗିତାରେ ରେ ବିଦ୍ୟାଳୟ ର ଛାତ୍ରୀଛାତ୍ର ମାନେ ଅଂଶ ଗ୍ରହଣ କରିଥିଲେ। ମୂଖ୍ୟ ବକ୍ତା ଚମଚସଣ ଉଚ୍ଚ ଚଅତିଥି ମାନଙ୍କ ଦ୍ଵାରା ଅନୁଷ୍ଠାନିକ ଭାବେ ଶ୍ରୀରାଧା ଜନ୍ମ ମହୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଉତ୍କଳ ବିଦ୍ୟୁତ ପରିଷଦର ଅଧ୍ୟକ୍ଷ ମନୋଜ ରଥ, ମୁଖ୍ୟ ବକ୍ତା ଭାବେ ଭାଗ୍ୟ ଶ୍ରୀ ମଲ୍ଲ,ଆଇନ ସେବା ପ୍ରାଧିକରଣ ସଦସ୍ୟା ଜୟଶ୍ରୀ ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଡ଼ଃ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ନୀହାର ରଞ୍ଜନ ସ୍ୱାଇଁ ପ୍ରମୁଖ ଉଦଘାଟନ କରିଥିଲେ। ସାମାଜିକ କର୍ମୀ ସୁକାନ୍ତ ସାମନ୍ତରାୟ ସଭାପତିତ୍ବ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ଅନୁଷ୍ଠିତ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ସହିତ ସମସ୍ତ କାର୍ଯ୍ୟ କୁ ଟିକି ନିକି କରି ସୁଚାରୁ ରୂପେ ତୁଲାଉଛନ୍ତି କମିଟି ର ସମସ୍ତ ସଦସ୍ୟ ଓ ସିଂହାରୀ ଆଲୋକ ଖୁଣ୍ଟିଆ |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS :
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍
ଖୁବଶୀଘ୍ର ପୁରୀ,ଚିଲିକା ଆଉ କୋଣାର୍କ ରେ ହେଲିକେପ୍ଟର ସେବା |