ଖବର ସତ୍ୟବାଦୀ ଓଡିଶା NEWS :ଶ୍ରୀରାଧା ଜନ୍ମୋ ମହୋତ୍ସବ ୨୦୨୫ ଉଦଯାପିତ ପଞ୍ଚକୂଣ୍ଡୀୟ ଯଜ୍ଞ ପୂର୍ଣ୍ଣାହୁତି ସାକ୍ଷୀଗୋପାଳ, ଶ୍ରୀରାଧା ଜନ୍ମୋ ମହୋତ୍ସୋବ ପାଇଁ ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ ହୋଇଛି। ସିଂହଦ୍ବାର ଭଜନ କମିଟି ପକ୍ଷରୁ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଆୟୋଜିତ, ତିନିଦିନିଆ ଶ୍ରୀରାଧା ଜନ୍ମତ୍ସୋବ ରବିବାର ଉଦଯାପିତ ହୋଇଥିଲା। ସମ୍ମାନିତ ଅତିଥି ଭାବରେ ସତ୍ୟଵାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ସତ୍ୟବାଦୀ ଅଞ୍ଚଳର ବିକାଶ ପାଇଁ ଆଲୋଚନା କରିଥିଲେ। ଅନୁଷ୍ଠାନ ର ଉପଦେଷ୍ଟା ସୁକାନ୍ତ କିଶୋର ସାମନ୍ତରାୟ ରାଧାକୃଷ୍ଣ ପରଷ୍ପର ଅଭିନ୍ନ ବୋଲି କହିବା ସହିତ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଜରିଆରେ ଆଧ୍ୟାତ୍ମିକ ଅନୁଭବ ସୁଯୋଗ ଜୁଟିଥାଏ ବୋଲି କହିଥିଲେ। ପର୍ଯ୍ୟଟନ କ୍ଷେତ୍ର ସାକ୍ଷୀଗୋପାଳର ପର୍ଯ୍ୟଟନ ଭିତିକ ଉନ୍ନୟନ ଏବଂ ଆକର୍ଷଣୀୟ କରିବା ସହିତ ତୀର୍ଥଯାତ୍ରୀ ମାନଙ୍କ ନିମନ୍ତେ ମୈଳିକ ସୁବିଧା ପାଇଁ ସମ୍ପାଦକୀୟ ବିବରଣୀ ପାଠ କରି ସମ୍ପାଦକ ଦିବାକର ମହାପାତ୍ର ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାଂସ୍କୃତିକ ସନ୍ଧ୍ୟା ପ୍ରାରମ୍ଭରେ କଳାକାର ମାନେ ଆକର୍ଷଣୀୟ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଆୟୋଜିତ ଭଜନ ସମାରୋହ ରେ କଣ୍ଠଶିଳ୍ପୀ ନରେନ୍ଦ୍ର କୁମାର, ପୂଜା ଝା, ସ୍ମୃତି ମହାପାତ୍ର, ବିକ୍ରମ ଅଜୁବା, ଦେବସ୍ମିତା ହୋତା ପ୍ରମୁଖ ଭଜନ ପରିଵେଷଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ବିଜୟ ମହାପାତ୍ର , ଜିତେନ ମହାପାତ୍ର, ଆଲୋକ ଖୁଣ୍ଟିଆ, ଅଦାଲତ ଖୁଣ୍ଟିଆ, ରବିନ୍ଦ୍ର ନାଥ ଷଡ଼ଙ୍ଗୀ ପରିଚାଳନାରେ ସହଯୋଗ କରିଥିଲେ। ଅଞ୍ଜନ ହୋତା ସଂଜୋଯନା କରିଥିଲେ । ଫୂଲମାଳ, ରଙ୍ଗ ଵେରଙ୍ଗ ଆଲୋକ ମାଳାରେ ମନ୍ଦିର କୁ ସଜ୍ଜିତ କରାଯାଇଥିଲା। ପରମ୍ପରା ଅନୁଯାୟୀ ଗର୍ଭଗୃହ ରେ ଶ୍ରୀରାଧା ଜନ୍ମବିଧି ପାଳିତ ହୋଇଥିଲା। ହଳଦୀ, ଅଁଳା ଓ ବାହାଡା ଲଗେଇ ଅଭିମନ୍ତ୍ରିତ ଜଳକଳସ ରେ ସ୍ନାନ କଲେ ଶ୍ରୀରାଧା। ଶ୍ରୀରାଧା ଙ୍କ ଜନ୍ମବିଧି ଦେବନୀତି ସମ୍ପାଦନ ନିମନ୍ତେ ମନ୍ଦିର ପ୍ରଶାସନ ଠାରୁ ସେଵାୟତ ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏହି ଅବସରରେ ଶ୍ରୀରାଧା ଙ୍କ ପୁର୍ଣ୍ଣ ସ୍ନାନ, ନୂତନ ବସ୍ତ୍ର, ସ୍ବର୍ଣ୍ଣ ଅଳଙ୍କାର ସହିତ ଫୁଲମାଳ ଲାଗି କରାଯାଇଥିଲା। ଵୀରକେଶରୀ ବଲ୍ଲଭଭୋଗ ପରେ ମନ୍ଦିର ଗର୍ଭଗୃହ ରେ ଶ୍ରୀରାଧାଙ୍କ ଜନ୍ମବିଧି ପାଳନ କରାଯାଇଥିଲା। ମନ୍ଦିର ପରୋହିତ, ପୁରୁଣା ପଣ୍ଡିତ, ପୂଜାପଣ୍ଡା, ସିଂହାରୀ, ପାଳିଆ ପତ୍ରୀ, ଆପଟ ଓ ଭଣ୍ଡାର ମେକାପ ଏଥିରେ ସାମିଲ ହୋଇ ଦେବନୀତି ସମ୍ପାଦନ କରିଥିଲେ। ଶିଶୁ ରାଧିକା ଙ୍କ ଜନ୍ମ, କୁଆଁ କୁଆଁ ଡାକ, ନାଭିଛେଦନ, ସ୍ନାନ, ଖିରପାନ, ନୂତନ ଵସ୍ତ୍ର, ଅଳଙ୍କାର, ଫୁଲହାର ଲାଗି କରାଯାଇଥିଲା। ନାମ କରଣ, ଜନ୍ମକୋରା ଭୋଗ ପରେ ରତ୍ନ ସିଂହାସନ ଉପରେ ବିରାଜିତ ଶ୍ରାରାଧା ଙ୍କ ସୁନାଵେଶ ଆଳତି, ଉପଚାର, ଜାତଭୋଗ ପରେ ଶ୍ରଦ୍ଧାଳୁ ମାନେ ମା’ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପୁରାତନ ପୀଠ ଶ୍ରୀ ସିଦ୍ଧ ବକୁଳ ମନ୍ଦିର ଉନ୍ନୟନ ପାଇଁ ଦାବି ସତ୍ୟବାଦୀ ବକୁଳ ବନରେ ଅବସ୍ଥିତ ପୁରାତନ ପୀଠ ଶ୍ରୀ ସିଦ୍ଧ ବକୁଳ ମନ୍ଦିର ଉନ୍ନୟନ ପାଇଁ ସ୍ଥାନୀୟ ସେବା ଟ୍ରଷ୍ଟ ପକ୍ଷରୁ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଦୃଢ ଦାବି କରାଯାଇଛି। ରବିବାର ଶ୍ରୀ ସିଦ୍ଧ ବକୁଳ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ଉପ ସଭାପତି ଉମା ବଲ୍ଲଭ ମାହାପାତ୍ର ଅଧ୍ୟକ୍ଷତା କରିଥିଲେ। ଏଥିରେ ଟ୍ରଷ୍ଟ ର ସଭାପତି ସୁଦର୍ଶନ ପ୍ରଧାନ,ସମ୍ପାଦକ ସୁଶାନ୍ତ କୁମାର ରଥ, ଉତ୍କଳ ବିଦ୍ୟୁତ୍ ପରିଷଦ ଅଧ୍ୟକ୍ଷ ମନୋଜ କୁମାର ରଥ, ପେଣ୍ଠପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଚିନ୍ମୟ ରାଉତ ,ସମାଜିକ କର୍ମୀ ପ୍ରଶାନ୍ତ ବିଶ୍ଵାଳ , ଦୁର୍ଗେଶ ମିଶ୍ର, ମନ୍ଦିର ସେବାୟତ ସଙ୍ଘ ବରିଷ୍ଠ ସେବାୟତ ବିଜୟ କୁମାର ମହାପାତ୍ର ସାକ୍ଷୀ ଗୋପୀନାଥ ଦେବଙ୍କ ସେବାୟତ ଆଲୋକ ଖୁଣ୍ଟିଆ, ଶ୍ୟାମସୁନ୍ଦର ମହାପାତ୍ର, ସିଦ୍ଧ ବକୁଳ ମନ୍ଦିର ପୂଜକ ଦେବରାଜ ପଣ୍ଡା, ସୋମନାଥ ମହାପାତ୍ର ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ , ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପହଣ୍ଡି ସମୟରେ ଶ୍ରୀ ଅଙ୍ଗ ସୁରକ୍ଷା ନିମନ୍ତେ ସେନାପଟା ଓ ବାହୁଟ ଲାଗି ବଉଳ କାଠ ପ୍ରତିବର୍ଷ ଆଜା ଘର ବକୁଳ ବନରୁ ଶ୍ରୀ ମନ୍ଦିର ପକ୍ଷରୁ ସଂଗ୍ରହ କରାଯାଉଛି। ଏତଦବ୍ୟତୀତ ବ୍ୟତୀତ ଏହି ମନ୍ଦିରରେ ବିବାହ,ବ୍ରତ, ନିର୍ବନ୍ଧ ଆଦି ଅନେକ ମାଙ୍ଗଳିକ କାର୍ଯ୍ୟଆଦି ସ୍ଥାନୀୟ ଲୋକେ ସମ୍ପର୍ଣ୍ଣ କରୁଥିଲେ ମଧ୍ୟ ଐତିହ ପୀଠ ଟି ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ ରହିଛି । ଏ ପୀଠ ଉନ୍ନତି କରିବା ପାଇଁ ସତ୍ୟବାଦୀ ସେବା ଟ୍ରଷ୍ଟ ର ସମ୍ପାଦକ ଆଇନଜୀବୀ ସୁଶାନ୍ତ କୁମାର ରଥ ଙ୍କ ଆହ୍ବାନ କ୍ରମେ ଉପସ୍ଥିତ ଏକ କମିଟି ଗଠନ କରାଯାଇଛି। ପୀଠର ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଆଲୋଚନା କରାଯାଇଥିଲା । ସତ୍ୟବାଦୀ ସେବା ଟ୍ରଷ୍ଟର ରିତା ତ୍ରିପାଠୀ, ଟିକିନା ମିଶ୍ର , ପ୍ରଶାନ୍ତ ନାୟକ, ନିଳକଣ୍ଠ ବାରିକ, ସୁକାନ୍ତ ବିଶ୍ଵାଳ, ଉପେନ୍ଦ୍ର ବିଶ୍ଵାଳ ପ୍ରମୁଖ ସହଯୋଗ କରିଥିଲେ।ମଞ୍ଚରେ ଖବର ସତ୍ୟବାଦୀ ସମ୍ପାଦକ ଅମର ଶତପଥି ଙ୍କୁ ଉତ୍ତରୀୟ ମାନପତ୍ର ଦେଇ ଅତିଥି ମାନେ ସମ୍ମାନିତ କରିଥିଲେ |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..
More Stories
ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|
ରାଧାଷ୍ଟମୀରେ ରାଧାରାଣୀଙ୍କୁ ବ୍ରହ୍ମକମଳ ପୁଷ୍ପ ଅର୍ପଣ କଲେ ସମାଜସେବୀ ନିହାର |
ସାକ୍ଷୀଗୋପାଳ ର ବିଭିର୍ଣ୍ଣ ସ୍ଥାନରେ ଗଣେଶ ପୂଜା |