ସତ୍ୟବାଦୀ ଜୟପୁର ଛକ ନିକଟରେ ଡିଭାଇଡ଼ର ଉପରେ ଚଢିଲା କାର |

Love with Khabar Satyabadi

ସାକ୍ଷୀଗୋପାଳ: ଖବର ସତ୍ୟବାଦୀ ଓଡିଶା NEWS ସତ୍ୟବାଦୀ ଜୟପୁର ଛକ ରେ ଗତକାଲି ରାତି ଦଶଟା ସମୟରେ ଘଟିଛି ଏକ ଦୁର୍ଘଟଣା |ଭୁବନେଶ୍ୱର ରୁ ପୁରୀ ଅଭିମୁଖେ ଆସୁଥିବା OD 05 M 7500 ନମ୍ବର ଥିବା ହୋଣ୍ଡାସିଟି କାର ଟି ହଟାତ ଆସି ଡିଭାଇଡର ରେ ପିଟି ହୋଇଯାଇଥିଲା |ବଜାର ଦୋକାନୀ ଓ ସ୍ଥାନୀୟ ଲୋକେ କାର ଟି ଦୁର୍ଘଟଣା ହେବାର ଦେଖି ସେଠାରେ ପହଞ୍ଚି ଦେଖିବା ବେଳକୁ ଗାଡି ମଧ୍ୟରେ ଜଣେ ବସିଥିଲେ ଏବଂ କିଛି କ୍ଷତି ହୋଇନଥିଲା |ହେଲେ କାର ଆଗପଟ ବନେଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି |ଘଟଣା ସ୍ଥଳ ରେ ପିସିଆର ଭ୍ୟାନ କିଛି ସମୟ ଅଟକି ରହିଥିଲା |ହେଲେ ଏକ ବଡ ଦୁର୍ଘଟଣା ଘଟିବାରୁ ରହିଗଲା |କାରଣ ଅନେକ ଲୋକ ସନ୍ଧ୍ୟା ସମୟରେ ଯିବା ଆସିବା କରନ୍ତି |ପାଖରେ ଅନେକ ଗାଁ ରହିଛି ଜାତୀୟ ରାଜପଥ କଡରେ ଏହା ଏକମାତ୍ର ଗୋଟିଏ ରାସ୍ତା, ତେଣୁ ସାକ୍ଷୀଗୋପାଳ ବଜାର, ଥାନା, ଡାକ୍ତରଖାନା ଆଦି କୁ ଅନେକ ଲୋକ ଯିବାଆସିବା କରନ୍ତି |

ଖବର ସତ୍ୟବାଦୀ ଓଡିଶା NEWS :