ଖବର ସତ୍ୟବାଦୀ ଓଡିଶା ନିୟୁଜ :ସାକ୍ଷୀଗୋପାଳ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ମଧୁବନ ପଞ୍ଚାୟତର ଡାହାଣ ଗ୍ରାମରେ ଅବସ୍ଥିତ ରାଜନେତା ସ୍ବର୍ଗତ ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ସୁପୁତ୍ର ତଥା ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ନିହାର ରଞ୍ଜନ ସ୍ୱାଇଁ ଙ୍କ ଘର ଅଗଣାରେ ପବିତ୍ର ରାଧାଷ୍ଟମୀ ଦିନ ଏକ ବ୍ରହ୍ମ କମଳ ଫୁଲ ଫୁଟିଥିଲା l ତାଙ୍କ ଘର ପ୍ରାଙ୍ଗଣରେ ବ୍ରହ୍ମକମଳ ପୁଷ୍ପ ବୃକ୍ଷ ଲଗାଇଥିବା ଶ୍ରୀ ସ୍ୱାଇଁଙ୍କ ମା’ ଶ୍ରୀମତୀ ଉର୍ମିଳା ସ୍ୱାଇଁ ଓ ସହଧର୍ମିଣୀ ଶ୍ରୀମତୀ ପ୍ରିୟମ୍ବଦା ସ୍ୱାଇଁ ପ୍ରଥମେ ବୃକ୍ଷ ମୂଳରେ ପୂଜାର୍ଚନା କରି ଏହି ଫୁଲକୁ ତୋଳିକରି ମା’ ରାଧାରାଣୀ ଙ୍କୁ ଅର୍ପଣ କରିବା ପାଇଁ ପଠାଇଥିଲେ l ଶ୍ରୀ ସ୍ୱାଇଁ ତାଙ୍କର କିଛି ପ୍ରିୟଜନଙ୍କ ସହ ମିଶି ଏହି ପବିତ୍ର ପୁଷ୍ପ କୁ ନେଇ ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀ ଙ୍କୁ ଅର୍ପଣ କରିଥିଲେ l ଏହି ସମୟରେ ଶ୍ରୀଯୁକ୍ତ ସ୍ୱାଇଁଙ୍କ ସହ ଉପସ୍ଥିତ ଥିଲେ ତାଙ୍କ ପୁଅ ସ୍ୱପ୍ନିଲ ସ୍ୱାଇଁ ଓ ଝିଅ ସ୍ୱାଲିନ ସ୍ୱାଇଁ, ସାକ୍ଷୀଗୋପାଳ ମନ୍ଦିର ର ବରିଷ୍ଟ ସେବାୟତ ବିଜୟ କୁମାର ମହାପାତ୍ର ଓ ଦିବାକର ମହାପାତ୍ର ଏବଂ ଭାରତ ବିକାଶ ପରିଷଦ ର ରାଜ୍ୟ ସଭାପତି ସତ୍ୟବାଦୀ ଦାସ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ନବଘନ ଶତପଥୀ, ଦେବରାଜ ନାୟକ, ବିଜୟ ପରିଡା ଓ ବିଷ୍ଣୁ ମହାରଣା ପ୍ରମୁଖ l କରୁଣାମୟୀ ମା’ ରାଧାରାଣୀ ଙ୍କର ଅପାର କରୁଣାରୂ ପବିତ୍ର ରାଧାଷ୍ଟମୀରେ ତାଙ୍କ ଘରେ ଏହି ବିରଳ ବ୍ରହ୍ମ କମଳ ଫୁଲ ଫୁଟିଥିବାରୁ ଏହା ତାଙ୍କ ପରିବାର ପାଇଁ ପରମ ସୌଭାଗ୍ୟ ର କଥା ବୋଲି ଶ୍ରୀ ନିହାର ରଞ୍ଜନ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି ll
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା (KS NEWS )
More Stories
ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|
ଶ୍ରୀରାଧା ଜନ୍ମୋତ୍ସବ ର ଶେଷ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |
ସାକ୍ଷୀଗୋପାଳ ର ବିଭିର୍ଣ୍ଣ ସ୍ଥାନରେ ଗଣେଶ ପୂଜା |