ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ର ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ |

Love with Khabar Satyabadi

ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡିଶା NEWS ଆଜି ସାକ୍ଷୀଗୋପାଳ ଠାରେ ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର , ପୁରୀ ଠାରେ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ପ୍ରଥମ ଥର ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା,୨୦୨୫ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ସାଂସଦ ପୁରୀ ଡ଼ା ସମ୍ବିତ ପାତ୍ର , ମୁଖ୍ୟ ବକ୍ତା ଭାବେ ମାନ୍ୟବର ବିଧାୟକ ସତ୍ୟବାଦୀ,ପୁରୀ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇ ମେଳାର ଶୁଭ ଉଦ୍ଘାଟନ କରିଥିଲେ ।ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଡାକ୍ତର ବନଜ କାନ୍ତ ପତି, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ, ସତ୍ୟବାଦୀ ସ୍ବାଗତ ଅଭିଭାଷଣ ଦେଇଥିଲେ। ।ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକ।ରୀ, ପୁରୀ , ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ପୁରୀ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ପୁରୀ ପ୍ରମୁଖ ସେମାନଙ୍କର ମତାମତ ରଖିଥିଲେ ।ପ୍ରାଣୀ ପାଳକ ଓ ମତ୍ସ୍ୟ ଚାଷୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କ ରେ ଅବଗତ କରାଯାଇଥିଲା । ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ କୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଚାଷୀ ମାନଙ୍କୁ ଠାରୁ ସେମାନଙ୍କର ମତାମତ ମଧ୍ୟ ସଂଗ୍ରହ କରାଯାଇଥିଲା। ପୁନଶ୍ଚ ମତ୍ସ୍ୟ ବିଭାଗ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ୪ ଜଣ ଲେଖାଏଁ ସଫଳ ଚାଷୀ ମାନଙ୍କୁ ନଗଦ ୧୦୦୦ ଟଙ୍କା ରାଶି, ମାନପତ୍ର , ଉତ୍ତରୀୟ ସହ ସମ୍ମାନିତ କରାଯାଇଥିଲା। ଗୋପାଳନ , ଛେଳି ପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ ରେ ରିହାତି ପାଇଥିବା ଅଗ୍ରଣୀ ଚାଷୀ ଙ୍କୁ ଡ଼ମି ଚେକ ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ ପଂଚାୟତରୁ ୨୮ ଜଣ ଚାଷୀ ଙ୍କୁ କାର୍ଯ୍ୟାଦେଶ ପତ୍ର ଆବଣ୍ଟନ କରାଯାଇଥିଲା ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…