ଅଠାଇସ ରେ ସୁନା ବେଶରେ ଦର୍ଶନଦେଲେ ସିଦ୍ଧ ବଳରାମ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା :ଭକ୍ତ ପାଇଁ ପାଳଗଦା ରୁ ଆବିର୍ଭାବ ହୋଇଥିଲେ ଚତୁର୍ଦ୍ଧାମୂରତି ସେବେ ଠାରୁ ଆଜି ପର୍ଯ୍ୟନ୍ତ କାର୍ତ୍ତିକପୂର୍ଣ୍ଣିମା ରେ ପ୍ରଭୁ ଙ୍କ ସୁନାବେଶ ଦେଖିବାକୁ ହୋଇଥାଏ ଭକ୍ତ ଙ୍କ ସମାଗମ |
ସତ୍ୟବାଦୀ ଅଠାଇଶ ଗ୍ରାମରେ ରେ ରହିଛନ୍ତି ପ୍ରଭୁ ସିଦ୍ଧବଳରାମ |କାହିଁ କେତେଯୁଗରୁ ରହିଛନ୍ତି ପ୍ରଭୁ ବଳଭଦ୍ର ମା ସୁଭଦ୍ରା ଓ କାଳିଆ ଠାକୁର |ଗ୍ରାମବାସୀ ଙ୍କ କହିବା ଅନୁସାରେ ଗ୍ରାମ ର ଜୈନିକ ବ୍ରାହ୍ମଣ ଙ୍କ ଭକ୍ତି ତାଙ୍କ ବାଡ଼ିପଟ ପାଳ ଗଦାରେ ଆବିର୍ଭାବ ହୋଇଥିଲେ ଚତୁର୍ଦ୍ଧାମୂରତି |ଆଉ କଳା ପାହାଡ଼ ସମୟରେ ଶ୍ରୀକ୍ଷେତ୍ର ରୁ ଆସି ଏହି ଗ୍ରାମରେ ଅଠାଇସ ଦିନ ଲୁଚି ରହିଥିଲେ ଲୀଳାମୟ ସେବେ ଠାରୁ ଆଜି ପର୍ଯ୍ୟନ୍ତ ପୁରୀ ଜଗନ୍ନାଥ ଙ୍କ ନୀତିକାନ୍ତି ଅନୁସାରେ ଏଠାରେ କରାଯାଇଥାଏ ସମସ୍ତ ପୂଜାଵିଧି |ଆଉ ଏହି ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣମୀ ଦିନ ସୁନାବେଶ ରେ ସଜେଇ ହୋଇ ଥାଆନ୍ତି ମହାପ୍ରଭୁ |ଅନୁଷ୍ଠିତ ହୋଇଥାଏ ବିଶ୍ୱଶାନ୍ତି ମହାଜଜ୍ଞ |ଷୋଳ ଶାସନ ର ବ୍ରାହ୍ମଣ ମହାଜନ ଙ୍କ ଦ୍ୱାରା ଦିଆ ଯାଇଥାଏ ଆହୁତି |ଆଉ ଦର୍ଶନ କରିବା ପାଇଁ ଆଖ ପାଖ ଅଞ୍ଚଳ ର ହବିଶିଆଳି ଙ୍କ ଠାରୁ ଅନେକ ଶ୍ରଦ୍ଧାଳୁ ଭକ୍ତ ଠାକୁର ଙ୍କୁ ଦର୍ଶନ କରିବାକୁ ଆସନ୍ତି |ସନ୍ଧ୍ୟା ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ କରିବା ସହିତ ମନ୍ଦିର ବେଢାରେ ସଂକୀର୍ଣ୍ଣନ, ଘଣ୍ଟ ଘଣ୍ଟା, କାହାଳି, ମାର୍ଦଲ ସହ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥାଏ |କିଏ ତୁଳସୀ ମାଳ ତ ଆଉ କିଏ ଦୀପ ଟିଏ ବସାଇ କଳାଠାକୁର ଙ୍କ ପାଖେ ଗୁହାରୀ ଜଣାଇଥାଆନ୍ତି |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS