ସାକ୍ଷୀଗୋପାଳ :ଖବର ସତ୍ୟବାଦୀ :ତା ୨୦ /୧୧ /୨୫ ରିଖ :ଖବର ସତ୍ୟବାଦୀ ଓଡିଶା NEWS |ଗତକାଲି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଥିବା ଡାକଘରୁ ବିଳମ୍ବିତ ରାତ୍ର ରେ ଚୋରୀ ହୋଇଥିବାର ସାକ୍ଷୀଗୋପାଳ ଥାନା ରେ ଡାକ ବିଭାଗ ପକ୍ଷରୁ ଅଭିଯୋଗ ହୋଇଛି |ଆଜି ସଖାଳୁ ଡାକ ବିଭାଗ ଖୋଲିବା ପରେ କର୍ମଚାରୀ ମାନେ ସି ସି ଟିଭି ଡି ଭି ଆର ତଡା ହୋଇ ତଳେ ପଡିଥିବା ଓ ଆଲମିରା ଭଙ୍ଗା ହୋଇ ସମସ୍ତ ସାମଗ୍ରୀ ତଳେ ପଡି ଥିବାର ଦେଖିଥିଲେ |ଏନେଇ ସତ୍ୟବାଦୀ ପୋଲିସ ଅନୁସନ୍ଧାନ କରିବା ସହିତ ସାଇଣ୍ଟିଫିକ ଅନୁସନ୍ଧାନ ଚଳାଇଛି |କିନ୍ତୁ ସତ୍ୟବାଦୀ ଥାନା ନିକଟରୁ ଏଭଳି ଚୋରୀ ହୋଇଥିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |ଅନ୍ୟପଟେ ଚୋରୀ ଡାକ ବିଭାଗର କର୍ମଚାରୀ ମାନେ ଦୀର୍ଘ ସମୟ ଧରି ଗେଟ ବନ୍ଦ କରି ସମସ୍ତ କାର୍ଯ୍ୟ କୁ ବନ୍ଦ ରଖିଛନ୍ତି, ଯେଉଁଥିପାଇଁ ସାଧାରଣ ଲୋକେ ଦୀର୍ଘ ସମୟ ଧରି ହଇରାଣ ହୋଇଛନ୍ତି |ଏହାକୁ ନେଇ ଉପରିସ୍ଥ ଅଧିକାରୀ ଖବର ଦାତା ଙ୍କୁ ଅଫିସ ଭିତରକୁ ଛାଡିବାକୁ ମନା କରିଥିଲେ |ଚୋରୀ ସମ୍ବଦ୍ଧିୟ ସୂଚନା ଦେଇଛନ୍ତି ସବ୍ ପୋଷ୍ଟ ମାଷ୍ଟର ବ୍ରଜ ମୋହନ ପ୍ରଧାନ |ଚୋର ମାନେ ପଛପଟୁ ଆସି ଚୋରୀ କରି ଥିବାର କହିଛନ୍ତି ସେ ଏନେଇ ପୋଲିସ ଅଧିକାରୀ ଙ୍କ ଠାରୁ କୌଣସି ସୂଚନା ମିଳିନାହିଁ |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…

More Stories
ସତ୍ୟବାଦୀ ମଝିକେରା ଗ୍ରାମରେ ଘଟିଥିବା ମରଣାତ୍ମକ ଘଟଣା ରେ ଜଣକୁ ଗିରଫ କଲା ପୋଲିସ |
ଦାଦାବଟି ମାଗିବା ଅଭିଯୋଗ ରେ ଚାରି ଜଣକୁ ଗିରଫ କଲା ସତ୍ୟବାଦୀ ପୋଲିସ |
ବେଆଇନ ମଦ ସହିତ ଜଣକୁ ଗିରଫ କରିଛି ସତ୍ୟବାଦୀ ପୋଲିସ