ବରିଷ୍ଠ ଆଇନଜୀବୀ ପୂର୍ବତନ ଆଇନଜୀବୀ ସଙ୍ଘ ସଭାପତି ଭଗବାନ ରଥ ଙ୍କ ଦେହାନ୍ତ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS ବରିଷ୍ଟ ଆଇନଜୀବୀ,ତଥା ସତ୍ୟବାଦୀ ଆଇନଜୀବୀ ସଂଘ ର ପୂର୍ବତନ ସଭାପତି ଭଗବାନ ରଥ ଦେହାନ୍ତର ଦୁଃଖଦ ଖବର ପାଇବା ପରେ ସତ୍ୟବାଦୀ ତହସିଲଦାର ଶ୍ରୀଯୁକ୍ତ ସନ୍ତୋଷ କୁମାର, ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଓମ୍ ପ୍ରକାଶ ପରିଡ଼ା,ସତ୍ୟବାଦୀ ବ୍ଲକ ଚେୟାର ମ୍ୟାନ ଶ୍ରୀଯୁକ୍ତ ସୁନିଲ କୁମାର ପଣ୍ଡା, ତାଙ୍କର ବନ୍ଧୁ ଡାକ୍ତର ସୁଦର୍ଶନ ବେହେରା, ସତ୍ୟବାଦୀ ଆଇନଜୀବୀ ସଂଘ ର ଅନେକ ବୁଦ୍ଧିଜୀବୀ ଓ ତାଙ୍କର ରକ୍ତ ସମ୍ପର୍କ ବ୍ୟକ୍ତି ବିଶେଷ ଏକାଠି ହେବାପରେ ସମସ୍ତେ ତାଙ୍କ ମର ଶରୀର କୁ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଛଳ ଛଳ ଆଖିରେ ତାଙ୍କର ମର ଶରୀର ପଞ୍ଚ ଭୁତରେ ଲୀନ ହେବା ନିମନ୍ତେ ସ୍ଵର୍ଗଦ୍ଵାର ଅଭିମୁଖେ ଶେଷ ମେଲାଣି ଦେଇଥିଲେ। ତହସିଲ କାର୍ଯ୍ୟାଳୟ ଖୋଲିବା ପରେ ସମସ୍ତ କର୍ମଚାରୀ ତହସିଲଦାର ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ପରେ କାର୍ଯ୍ୟରେ ସବୁ ଯୋଗଦେଇଥିଲେ ।ଠିକ୍ ସେହିପରି ସତ୍ୟବାଦୀ ଆଇନଜିବୀ ସଂଘର ସମସ୍ତ ଆଇନଜୀବୀ ଆସିବା ପରେ ସଙ୍ଘର ସଭାପତି ଶ୍ରୀଯୁକ୍ତ ବାଳକୃଷ୍ଣ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ନୀରବ ପ୍ରାର୍ଥନା କରାଯାଇଥିଲା ଓ ସମସ୍ତ ସଦସ୍ୟ ତାଙ୍କର କର୍ମମୟ ଜୀବନ ଉପରେ ସମ୍ୟକ୍ ପଦେ ପଦେ କହିଥିଲେ । ସେ ଏକାଧାରରେ ସତ୍ୟବାଦୀ ତହସିଲ ସରକାରୀ ଓକିଲ, ସତ୍ୟବାଦୀ ଆଇନଜୀବୀ ସଙ୍ଘର ପୁର୍ବତନ ସଭାପତି ଥିଲେ । ଏହି ଶ୍ରଦ୍ଧାଞ୍ଜଳି ନିରବ ପ୍ରାର୍ଥନା କାର୍ଯ୍ୟକ୍ରମରେ ଆଇନଜୀବୀ ଦେବଦତ୍ତ ସାମନ୍ତରାୟ, ଭାସ୍କର ନାୟକ, ଅଞ୍ଜନ କୁମାର ହୋତା, ସୁଶାନ୍ତ କୁମାର ରଥ, ପ୍ରଭାକର ମିଶ୍ର, ପ୍ରଶାନ୍ତ କୁମାର ମହାପାତ୍ର, ମୋହନ ସାହୁ,ବିଧୁ ଭୂଷଣ ମାହାନ୍ତି,ରବିଁନ୍ଦ୍ର କୁମାର ଦାଶ, ଅଜିତ୍ କୁମାର ଚୌଧୁରୀ, ସନ୍ତୋଷ କୁମାର ବେହେରା, ବଟକୃଷ୍ଣ ମିଶ୍ର , ଚିନ୍ମୟ ନାୟକ ଆଦି ଉପସ୍ଥିତ ରହିଥିଲେ |ଗତକାଲି ରାତି ଦୁଇ ଘଣ୍ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ,ଭୁବନେଶ୍ୱର କେୟାର ହସ୍ପିଟାଲରେ ଆଡଭୋକେଟ ଭଗଵାନ ରଥଙ୍କର ଦେହାନ୍ତ ହୋଇଛି। ପୁରୀରେ ରହୁଥିବା ଭଗବାନ ରଥ ସତ୍ୟବାଦୀରେ ଅନେକ ଦିନ ଧରି ସରକାରୀ ଓକିଲ ଥିଲେ।
ଭଗବାନ ଅତ୍ୟନ୍ତ ସ୍ନେହୀ, ଭଦ୍ର ଏବଂ ମେଳାପି ଥିଲା।ଭଗବାନର ମୃତ୍ୟୁ ଆମ ବାର ଆସୋିଏସନ ପାଇଁ ଏକ ଦୁଃଖର ସମ୍ବାଦ। ପ୍ରଭୁ ଶ୍ରଜଗନ୍ନାଥ ତାଙ୍କ ପରିବାରକୁ ଏ ସମୟରେ ସାହସ ଓ ଶକ୍ତି ଦିଅନ୍ତୁ,

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…