ସତ୍ୟବାଦୀ ମଝିକେରା ଗ୍ରାମରେ ଘଟିଥିବା ମରଣାତ୍ମକ ଘଟଣା ରେ ଜଣକୁ ଗିରଫ କଲା ପୋଲିସ |

Love with Khabar Satyabadi

ସତ୍ୟବାଦୀ :ଖବର ସତ୍ୟବାଦୀ ଓଡିଶା ନNEWS |ଘଟଣା ରୁ ପ୍ରକାଶ ସତ୍ୟବାଦୀ ମଝିକେରା ଗ୍ରାମର ପ୍ରଦୀପ କୁମାର ସେଠି ଙ୍କ ଭାଇ ଙ୍କୁ ଉକ୍ତ ଗ୍ରାମର ସୁରେନ୍ଦ୍ର ବରାଳ ପ୍ରଦୀପ ବରାଳ ଙ୍କ ବଡ଼ ଭାଇଙ୍କୁ ଅଟୋ ଭଡା ଯିବ ନାମରେ ଘରୁ ରାତି ପ୍ରାୟ ୩ ଟା ବେଳେ ପ୍ରଦୀପ ଙ୍କ ଘରୁ ତାଙ୍କ ବଡ଼ ଭାଇ ଙ୍କୁ ଡାକିଆଣି ଭୀମଦାସ ପୁର ନିକଟ ବାଟରେ ଅଟୋ କୁ ଭାଙ୍ଗିବା ସହିତ ତାଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ |ଯାହା ଫଳରେ ସେ ଅଚେତ ହୋଇଯାଇଥିଲେ |ବାଟରେ ଲେଫ୍ଟନାଣ୍ଟ ଧଡ଼ିଆ ସ୍ୱାଇଁ, ଜିତୁ ସାହାଣୀ, ମହିମା ସାହାଣୀ ତାଙ୍କୁ ଅଚେତ ଅବସ୍ଥାରେ ଦେଖି ତାଙ୍କ ଘରକୁ ଆଣିଥିଲେ ତାପରେ ଆହତ ଅବସ୍ଥା ରେ ସାକ୍ଷୀଗୋପାଳ ଡାକ୍ତର ଖାନା ପରେ ପୁରୀ ମୁଖ୍ୟ ଚିକିତ୍ସାଳୟ ଏବଂ ତାପରେ ଏମ୍ସ ହସ୍ପିଟାଲ କୁ ନିଆଯାଇଛି |ତାଙ୍କ ଛାତି ଉପରେ ଅଟୋ ଚଢାଇ ମାରି ଦେବାକୁ ଉଦ୍ୟମ ହୋଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି |ଏନେଇ ସତ୍ୟବାଦୀ ଆଇ ଆଇ ସି ଙ୍କ ନେତୃତ୍ୱ ରେ ଏକ ଟିମ ତଦନ୍ତ କରି ଅଭିଯୁକ୍ତ ବିରଞ୍ଚି ନାରାୟଣ ଙ୍କୁ ଗିରଫ କରିବା ସହିତ କେସ ନମ୍ବର 4121 ରେ 126(2),117(2),324(6)/109(1)/351/2/3(5)ବି ଏନସ 2023 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି |ଏନେଇ ସତ୍ୟବାଦୀ ଆଇ ଆଇ ସି ସୂଚନା ଦେଇଛନ୍ତି |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…