ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS ଅଁଳାନବମୀ କୁ ନେଇ ଏସ୍ ପି ଙ୍କ ସମୀକ୍ଷା ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ତିଥିରେ ଶ୍ରୀରାଧା ପାଦ ଦର୍ଶନ ଚଳିତ ମାସ ୩୧ ଓ ବଡ଼ଏକାଦଶୀ ଆସନ୍ତା ନଭେମ୍ବର ମାସ ୨ ତାରିଖରେ ଅନୁଷ୍ଠିତ ହେବ |ପୁରୀ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ଗଣପର୍ବ ଅଁଳା ନବମୀରେ ଶ୍ରୀରାଧା ଓଡ଼ିଆଣୀ ବେଶରେ ଏବଂ ସାକ୍ଷୀଗୋପାଳ ଠାକୁର ଆକର୍ଷଣୀୟ ନଟବର ବେଶରେ ସଜ୍ଜିତ ହେବେ। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶକୁ ଦୃଷ୍ଟିରେ ରଖି ପୁରୀ ଏସ୍ ପି ପ୍ରତୀକ ସିଂ ରବିବାର ସନ୍ଧ୍ୟାରେ ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ଯାତ୍ରା ସୁପରିଚାଳନା ଦିଗରେ ସମୀକ୍ଷା କରିଥିଲେ। ଭିଡ଼ ନିୟନ୍ତ୍ରଣ, ସୁରକ୍ଷା, ଟ୍ରାଫିକ, ଅଗ୍ନି ନିରାପତ୍ତା ସମ୍ପର୍କରେ ସ୍ଥାନୀୟ ପୋଲିସ ଅଧିକାରୀ ଙ୍କ ସହ ଆଲୋଚନା କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍ ପି ପ୍ରଥମେ ଠାକୁରଙ୍କ ଦର୍ଶନ କରିବାପରେ ଏକତରଫା ରାସ୍ତାରେ ସିଂହଦ୍ଵାର ଦେଇ ଭକ୍ତମାନଙ୍କ ପ୍ରବେଶ, ଦର୍ଶନ, ବେଢା ପରିକ୍ରମା, ଉତ୍ତର ଦ୍ଵାରରେ ପ୍ରସ୍ଥାନ ବ୍ୟାବସ୍ଥା ବୁଲି ଦେଖିଥିଲେ। ମନ୍ଦିର ସମ୍ମୁଖ ବ୍ୟାରିକେଡ଼, ପଞ୍ଚସଖା ପଡ଼ିଆରେ ପଲ୍ଲିଶ୍ରୀ ମେଳା, ସାଂସ୍କୃତିକ ମହୋତ୍ସବ, ପାର୍କିଙ୍ଗ ସ୍ଥଳ ବୁଲି ଦେଖିଥିଲେ। ଯାତ୍ରା ସମୟରେ କରାଯାଉଥିବା କଟକଣା, ଯାନବାହାନ ଚଳାଚଳ ସମ୍ପର୍କରେ ସାଧାରଣରେ ସଠିକ ସୂଚନା ଗଣମାଧ୍ୟମ ଜରିଆରେ ପ୍ରଦାନ କରିବା ନେଇ ଏସ୍ ପି କହିଥିଲେ। ଏସ୍ ପି ଙ୍କ ପରିଦର୍ଶନ ସମୟରେ ପିପିଲି ଏସଡିପିଓ ଦେବାଶିଷ ମିଶ୍ର, ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା, ସେବାୟତ ସଂଘ ସମ୍ପାଦକ ପ୍ରତାପ କୁମାର ମହାପାତ୍ର ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ…
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |