ସାକ୍ଷୀଗୋପାଳ (ଖବର ସତ୍ୟବାଦୀ ଓଡ଼ିଆ NEWS )) :
ସତ୍ୟବାଦୀରୁ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ବର୍ମାଙ୍କ ସତ୍ୟବାଦୀ ଓ କଣାସ ରେ ମାରାଥନ ପ୍ରଚାର ଜୋର ଧରିବାରେ ଲାଗିଛି। ପୂର୍ବାହ୍ନ ରେ କର୍ମୀ ଓ କର୍ମକର୍ତ୍ତା ମାନଙ୍କ ସହିତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଶ୍ରୀରାମଚନ୍ଦ୍ରପୁର, ନହଳା, ବୁଲି ବାଘସାହି ଓ ନରକୋଳି ଗୋରଡା ଗ୍ରାମରେ ଘରକୁ ଘର ଗାଁ କୁ ଗାଁ କୁ ବୁଲି ଯୋଡ଼ି ଶଙ୍ଖ ରେ ଭୋଟ ଦେଇ ବିଜୁ ଜନତା ଦଳ ସଭାପତି ତଥା ଚାରି କୋଟି ଓଡ଼ିଆଙ୍କର ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି କର୍ମକର୍ତ୍ତା ରାମଚନ୍ଦ୍ର ମହାନ୍ତି,,ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର ବେହେରା, ପଞ୍ଚାୟତ ସଭାପତି ଲକ୍ଷ୍ମୀଧର ପରିଡା, ବିରଞ୍ଚି ନାରାୟଣ ମିଶ୍ର, ସତ୍ୟପ୍ରକାଶ ଦାଶ ପ୍ରମୁଖଙ୍କ ସହିତ ପଞ୍ଚାୟତର ପୁରୁଷ ଓ ମହିଳା କର୍ମୀ ଏହି ମାରାଥନ ପ୍ରଚାରରେ ସାମିଲ ହୋଇ ଭୋଟ ଭିକ୍ଷା କରିଥିଲେ। ସେହିପରି ମଧ୍ୟାହ୍ନରେ କାଦୁଆ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ଶ୍ରୀ ଦାସ ବର୍ମା ଯୋଗଦେଇ ଉଦବୋଧନ ଦେବା ସହିତ ନବୀନ ପଟ୍ଟନାୟକ ଲୋକାଭିମୁଖୀ ଯୋଜନା କିପରି ଓଡିଶାବାସୀଙ୍କ ଜୀବନ ଧାରଣ ର ମାନଦଣ୍ଡରେ ପରିବର୍ତ୍ତନ ଆଣିଛି ତାହା ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିବା ସହିତ ଯୋଡ଼ି ଶଙ୍ଖରେ ଭୋଟ ଦେଇ ମୂଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ। ଏହି ଅବସରରେ ପଞ୍ଚାୟତବାସୀଙ୍କ ଠାରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସତ୍ୟବାଦୀ ବ୍ଲକ ଅଧକ୍ଷ ସୁନୀଲ କୁମାର ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ଘଟୁଆରୀ,ସରପଞ୍ଚ ଗାୟତ୍ରୀ ମହାପାତ୍ର, ପଞ୍ଚାୟତ ସଭାପତି, କର୍ମୀ ଓ କର୍ମକର୍ତ୍ତାଙ୍କ ସହିତ ବାଉରୀବନ୍ଧୁ ମହାପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର,ସୁରେଶ କୁମାର ସାହୁ, ସୁବାଷ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ଅପରାହ୍ନରେ କଣାସ ବ୍ଲକରେ ପହଞ୍ଚି ଗଡସାନପୁଟ ଓ ଦିବ୍ୟସିଂହପୁର ପଞ୍ଚାୟତରେ ଗାଁ କୁ ଗାଁ ଘରକୁ ଘର ବୁଲି ପ୍ରଚାର କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା ଅଭିଯୋଗରେ କଣାସ ବ୍ଲକ୍ ସାହୁପଡା ପଞ୍ଚାୟତ ସରପଞ୍ଚ ଭିକାରୀ ବଳିୟାର ସିଂହଙ୍କୁ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଦଳରୁ ନିଲମ୍ବନ କରିଛନ୍ତି।
ସତ୍ୟବାଦୀ ରୁ ଖବର ସତ୍ୟବାଦୀ ରିପୋର୍ଟ |
More Stories
ଭୁବନେଶ୍ୱର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |
ରାଜ୍ୟ ସ୍ଥରୀୟ ପ୍ରତିଯୋଗିତା ରେ ହାନା ଟାଇକୋଣ୍ଡା ଏକାଡ଼ମି କୁ ବଡ ସଫଳତା |
ସଂଗଠନ କୁ ସୃଦୁଢ କରିବାରେ ଲାଗିପଡିଛନ୍ତି ନୂତନ ବିଧାୟକ |