ସଂଗଠନ କୁ ସୃଦୁଢ କରିବାରେ ଲାଗିପଡିଛନ୍ତି ନୂତନ ବିଧାୟକ |

Love with Khabar Satyabadi

ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡିଶା News | ପେଣ୍ଠପଡା ପଞ୍ଚାୟତ ରୁ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟି ର ସଦସ୍ୟତା ଅଭିଯାନ |ଏହି ସଦସ୍ୟତା ଅଭିଯାନ ରେ ସାମିଲ ହୋଇଥିଲେ ପ୍ରମୁଖ କାର୍ଯ୍ୟକର୍ତା |ଏହି ପରିପ୍ରେକ୍ଷୀରେ ବିଧାୟକ ଓମ ପ୍ରକାଶ ମିଶ୍ର ଉପସ୍ଥିତ ରହି ସଦସ୍ୟତା ସମ୍ବଦ୍ଧିୟ ଦାୟିତ୍ୱ ସମ୍ବଧରେ ଆଲୋଚନା କରିଥିଲେ |ଆସନ୍ତା ୨ ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ସଦସ୍ୟତା ଗ୍ରହଣ କରିବେ ତେଣୁ ସମସ୍ତ ପଞ୍ଚାୟତ ରେ କେଉଁଭଳି ଏହି ଅଭିଯାନ କୁ ସୃଦୁଢ କରାଯିବ ତାହାକୁ ନେଇ ଆଲୋଚନା କରିଥିଲେ ଏହି ଅଭିଯାନ କାର୍ଯ୍ୟକ୍ରମ ର ସଦସ୍ୟତା କରୁଥିବା ପୁରୀଜିଲ୍ଲା ବିଜେପି ମହାମନ୍ତ୍ରୀ ତଥା ଜୟପୁର ପଞ୍ଚାୟତ ସମିତି ସଭ୍ୟ କହିଛନ୍ତି କି ରାଷ୍ଟ୍ରିୟ ସଭାପତି ଯେ ପି ନଡ଼ା ଓ ପ୍ରଧାନମନ୍ତ୍ରୀ ଙ୍କ ଏହି ସଂକଳ୍ପ କୁ ସାକାର କରିବା ଆମ ଦାୟିତ୍ୱ |ଏହି ସଭାରେ ମଣ୍ଡଳ ସଭାପତି, ବିଜେପି ଜିଲ୍ଲା ସମ୍ପାଦକ ଅଭୟ କୁମାର ନାଥ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର,ପୂର୍ବତନ ଜିଲ୍ଲା ପରିଷଦ ସୁରେନ୍ଦ୍ର ପ୍ରଧାନ,ଉମେଶ ଚନ୍ଦ୍ର ପ୍ରଧାନ ସଭ୍ୟା ବିଷ୍ନୁପ୍ରିୟା ବରାଳ, ସମସ୍ତ ସରପଞ୍ଚ ସମିତି ସଭ୍ୟ ଙ୍କ ସହ ପ୍ରମୁଖ କାର୍ଯ୍ୟକର୍ତା ବିଜେପି ନେତା ତ୍ରିଲୋଚନ ରଥ, ପୂର୍ବତନ ସରପଞ୍ଚ ଅଶୋକ ରାଉତରାୟ, ଶ୍ରୀଧର ବିଶ୍ୱାଳ,ଶଙ୍କର୍ଷଣ ପ୍ରଧାନ,ଙ୍କ ସମେତ ଘନଶ୍ୟାମ ସାହୁ ଓ ବିଜେପି ଦଳ ର କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପେଣ୍ଠପାଡା ପଞ୍ଚାୟତ ସରପଞ୍ଚ ଚିନ୍ମୟ ରାଉତ ବିଜେଡି ଛାଡି ବିଜେପି ରେ ସାମିଲ ହୋଇଥିଲେ, ପେଣ୍ଠପଡା ପଞ୍ଚାୟତ କାର୍ଯ୍ୟଳୟ ଠାରେ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କୁ ସ୍ୱାଗତ କରାଯାଇଥିଲା, ଏଭଳି କାର୍ଯ୍ୟକ୍ରମ କାର୍ଯ୍ୟକର୍ତା ଙ୍କ ପାଇଁ ଉତ୍ସାହ ଓ ପ୍ରେରଣା ଯୋଗାଇ ଦେବ ବୋଲି ସାଧାରଣ ରେ ଆଲୋଚନା ହେଉଛି|

ଅଧିକ ପଢନ୍ତୁ ଆମ ଖବର ଆପଣଙ୍କ ମୋବାଇଲ ରେ ଖବର ସତ୍ୟବାଦୀ News…