ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ :ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ଘଡଘଡି ସହିତ ପବନ ହେବାର ସମ୍ଭାବନା ରହିଛି । ଏନେଇ କେତେକ ଜିଲ୍ଲାକୁ ମଧ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ୪୮ ଘଣ୍ଟା ଅର୍ଥାତ ୧୬ ତାରିଖ ଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବା ସହିତ ଦିନର ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
ତେବେ ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ ଓ୍ଵେଭ ସ୍ଥିତି ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଦୁର୍ବଳ ଘୂର୍ଣ୍ଣିବଳୟ କ୍ଷେତ୍ର ଯୋଗୁଁ ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ-ପଶଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ଵୀପପୁଞ୍ଜ ଛୁଇଁବ ।
ତେବେ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଯାଇ ଏହା ଓଡ଼ିଶାରେ କେବେ ପ୍ରବେଶ କରିବ ତାହା ସ୍ପଷ୍ଟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।
ଆହୁରି ଅଧିକ ନିୟୁଜ ଦେଖିବା ପାଇଁ ପଢନ୍ତୁ ଆମ ଖବର |
More Stories
ରାଜ୍ୟ ବାସୀ ଙ୍କୁ କାଳ ବୈଶାଖୀ ଭୟ |ପବନ ସାଙ୍ଗକୁ କୁଆ ପଥର ବର୍ଷା |
ପୁଣି ଦୁଇ ଦିନ ବର୍ଷା ସମ୍ଭାବନା ସୃଷ୍ଟି ହେଲା ଲଘୁଚାପ |
ଚାଷୀ ମୁଣ୍ଡରେ ଚଡକ କାଳ ସାଜିଲା ଅଦିନିଆ ବର୍ଷା |