ସତ୍ୟବାଦୀ ରେ ସବୁଠି ସଞ୍ଜୟ |ଦୁଗଲ ପଞ୍ଚାୟତ ରେ ଅବିଶ୍ବସନିୟ ସମର୍ଥନ |

Love with Khabar Satyabadi

ସାକ୍ଷୀଗୋପାଳ :(ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ) ସତ୍ୟବାଦୀ ରାଜନୀତି ରେ ଏବେ ସଞ୍ଜୟ ଙ୍କ ମାରାଥନ ପ୍ରଚାର କୁ ନେଇ ଜୋର ଧରିଛି ଚର୍ଚ୍ଚା, ନିର୍ବାଚନ ଯେତେ ନିକଟତର ହେଉଛି ସେତିକି ବଢୁଛି ସଞ୍ଜୟ ଙ୍କ ଲୋକ ପ୍ରିୟତା |ଆଜି ଦୁଗଲ ପଞ୍ଚାୟତ ରେ ମା ଦକ୍ଷିଣ କାଳୀ ଙ୍କ ଦର୍ଶନ କରି ସଞ୍ଜୟ ବୁଲି ଥିଲେ ଦୁଆର ଦୁଆର, ଏବଂ ନବୀନ ଙ୍କ ଆଦର୍ଶ ରେ ଅନୁ ପ୍ରାଣିତ ହୋଇ ଯୋଡି ଶଙ୍ଖ ରେ ଭୋଟ ଦେବା ପାଇଁ ଲୋକ ମାନଙ୍କୁ ନିବେଦନ କରିଥିଲେ, ଆଶ୍ଚର୍ଯ୍ୟ ର କଥା ଶହ ଶହ ସଂଖ୍ୟାରେ ଜନ ସମର୍ଥନ ଦେଖିବାକୁ ମିଳିଥିଲା, ଦୁଆରେ ଦୁଆରେ ହୁଳହୁଳି, ଫୁଲମାଳ ରେ ମହିଳା ମାନେ ସଞ୍ଜୟ ଙ୍କୁ ସ୍ୱାଗତ କରିଥିଲେ, ଅନ୍ୟପଟେ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ଉପରେ ଆସ୍ଥା ପ୍ରକଟ କରି ସତ୍ୟବାଦୀ ବ୍ଲକ ସାରଙ୍ଗଯୋଡ଼ି ପଞ୍ଚାୟତର କଂଗ୍ରେସ ସମର୍ଥିତ ପୂର୍ବତନ ସରପଞ୍ଚ ବସନ୍ତ କୁମାର ସ୍ଵାଇଁଙ୍କ ନେତୃତ୍ଵରେ 30 ଗୋଟି ପରିବାର ଜାତୀୟ କଂଗ୍ରେସ ପାର୍ଟି ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି।ତେବେ ସଞ୍ଜୟ ଙ୍କ ଲୋକ ପ୍ରିୟତା କୁ ଦେଖି ସତ୍ୟବାଦୀ ରେ ବିଜେଡି ର ବିପୁଳ ମାତ୍ରା ବିଜୟ ଲାଭ କରିବ ବୋଲି କହିଛନ୍ତି ସଞ୍ଜୟ ଦାସ ବର୍ମା |

ଅଧିକ ପଢନ୍ତୁ ଖବର ଜାଣନ୍ତୁ….