ଖବର ସତ୍ୟବାଦୀ ଓଡିଶା NEWS ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ରାଜନେତ୍ରୀ ଜୟା ଅମିତାଭ ବଚ୍ଚନ ଏବଂ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କ ବିବାଦ ଥମିବା ନାଁ ନେଉନାହିଁ। ସେମାନେ ନିକଟରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଧନକଡ ତାଙ୍କ ସହ ଭଲ ସ୍ବରରେ କଥା ହୋଇନାହାନ୍ତି ବୋଲି ଅଭିନେତ୍ରୀ ଅଭିଯୋଗ ଆଣିବା ପରେ ବିରୋଧୀ ସଦସ୍ୟମାନେ ଅଧ୍ୟକ୍ଷଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ରାଜ୍ୟସଭାରୁ ବାହାରି ଯାଇଥିଲେ।
ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ ଶୁକ୍ରବାର ଦିନ ଗୃହରେ ଭାଷଣ ଦେଇ ଧନକଡ ବ୍ୟବହାର କରିଥିବା କଣ୍ଠସ୍ବର “ଗ୍ରହଣୀୟ ନୁହେଁ” ବୋଲି କହି ତାଙ୍କଠାରୁ କ୍ଷମା ମାଗିବାକୁ ଦାବି କରିଛନ୍ତି।
ଜୟା କହିଛନ୍ତି, “ମୁଁ ଜଣେ କଳାକାର। ମୁଁ ଶରୀରର ଭାଷା ଏବଂ ଅଭିବ୍ୟକ୍ତିକୁ ବୁଝିପାରେ।ଆପଣଙ୍କ ସ୍ୱର ଠିକ୍ ନଥିଲା। ଆମେ ଆପଣଙ୍କ ସହକର୍ମୀ, ମାତ୍ର ଆପଣଙ୍କ ସ୍ୱର ଗ୍ରହଣୀୟ ନୁହେଁ।ଏହାପରେ ଧନକଡ ଜୟାଙ୍କୁ କହିଛନ୍ତି, ‘‘ଯଦି ଆପଣ ଜଣେ ସେଲିବ୍ରିଟି ତେବେ ନିୟମର ମହତ୍ବକୁ ବୁଝନ୍ତୁ। ଜୟା ଜୀ ଆପଣ ବହୁତ ଖ୍ୟାତି ଅର୍ଜନ କରିଛନ୍ତି ଓ ଏକଥା ଜାଣନ୍ତି ଯେ ଜଣେ ଅଭିନେତା/ଅଭିନେତ୍ରୀ ସର୍ବଦା ନିର୍ଦ୍ଦେଶକଙ୍କ ଅଧୀନରେ ରୁହନ୍ତି। କିନ୍ତୁ ପ୍ରତିଦିନ ମୁଁ ନିଜକୁ ପୁନରାବୃତ୍ତି କରିବାକୁ ଚାହେଁ ନାହିଁ। ପ୍ରତିଦିନ ମୁଁ ଶିଖାଇବାକୁ ଚାହୁଁନି। ଆପଣ ମୋ ସ୍ବର ବିଷୟରେ କହୁଛନ୍ତି। ଏହା ଯଥେଷ୍ଟ ହୋଇଗଲା।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ. NEWS
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ପ୍ରଧାନମନ୍ତ୍ରୀ ଙ୍କ ମନ୍ କି ବାତ ତ୍କୃତଜ୍ଞନ୍ତା ଗ୍ୟାମ୍ପନ କଲେ କେନ୍ଦ୍ରମନ୍ତ୍ରୀ |
ସରିଗଲା ସବୁକିଛି |ଅହମଦାବାଦ ବିମାନ ଦୁର୍ଘଟଣା ସାରା ଦେଶ କୁ ସ୍ତବ୍ଧ କରିଦେଇଛି |