ଆଳିଶ ଅଗ୍ନି ବିପନ୍ନଙ୍କୁ ସହାୟତା ଯଥେଷ୍ଟ ନୁହେଁ:- ପ୍ରସାଦ |ଏସ ଡି ଆର ଏଫ୍ ର ସ୍ଵତନ୍ତ୍ର ସହାୟତା ଆବଶ୍ୟକ

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS (ନିପ୍ର )ଘରପୋଡି ପରେ ତୁହାକୁ ତୁହା ବର୍ଷାରେ ଆଳିଶ ଗ୍ରାମରେ ଅଗ୍ନିବିପନ୍ନ ପରିବାର ଙ୍କ ଦୁଃଖ ଦୁର୍ଦ୍ଦଶା ବଳିପଡୁଛି। କ୍ଷତିଗ୍ରସ୍ତ ଲୋକଙ୍କୁ ଯୋଗାଇ ଦିଆଯାଇଥିବା ସରକାରୀ ସହାୟତା ଯଥେଷ୍ଟ ନୁହେଁ ବୋଲି ଗୁରୁବାର ଆଳିଶ ଗ୍ରାମରେ ପହଞ୍ଚି ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି। ଖଣ୍ଡେ କଳାଜରି ପଲିଥିନ, ପଞ୍ଚାୟତ ରୁ ରନ୍ଧାଖାଦ୍ୟ ଓ କିଛି ଶୁଖିଲା ଖାଦ୍ୟ ଦେଇ ସରକାରୀ କଳ ନୀରବ ରହିଵା ଘଟଣାକୁ ସେମାନଙ୍କ ପ୍ରତି ଅବହେଳା କରାଯାଉଛି ବୋଲି ସେ କହିବା ସଙ୍ଗେ ସଙ୍ଗେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ( ଏସ ଡି ଆର ଏଫ୍)ରୁ ସ୍ଵତନ୍ତ୍ର ସହାୟତା ବ୍ୟବସ୍ଥା କରାଯିବା ନିୟମ ରହିଥିବା ବେଳେ ଏହାର ବିନିଯୋଗ କରାଯାଉ ନାହିଁ। ଏଥି ସହିତ ନିଆଁ ଲିଭାଇବା ବେଳେ ଆହତ ସୋଇଥିବା ଗୁଣନିଧି ଙ୍କୁ ମାଗଣା ଉନ୍ନତ ଚିକିତ୍ସା ଯୋଗାଇ ଦେଵାର ଆବଶ୍ୟକତା ପ୍ରତି ସେ ଗୁରୁତ୍ବ ଆରୋପ କରିଛନ୍ତି।ଶ୍ରୀହରିଚନ୍ଦନ ବିପନ୍ନ ଲୋକମାନଙ୍କୁ ଭେଟି ୧୫ ଟି ପରିବାରର ଙ୍କୁ ଡେକଚି, ହାଣ୍ଡି, କଡ଼େଇ, ଵାସନ, ଟାରପୋଲିନ, ଛତା, ଗୋଖାଦ୍ୟ, ଚୁଡା , ଚିନି, ବିସ୍କୁଟ, ଧୋତି, ଗାମୁଛା, ଶାଢ଼ୀ ଓ ମହମବତୀ ଯୋଗାଇ ଦେଇଛନ୍ତି। ଶ୍ରୀ ହରିଚନ୍ଦନ ଙ୍କ ସହିତ ସତ୍ୟବାଦୀ ବ୍ଲକ ସଭାପତି ସୁବାସ ମହାପାତ୍ର, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଜୟନ୍ତ ହୋତା, କାହ୍ନୁଚରଣ ପ୍ରଧାନ, ଯୁବ, ଛାତ୍ର, ଏବଂ ଶୁକଳ, ଆଳିଶ ପଞ୍ଚାୟତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS |