ଖବର ସତ୍ୟବାଦୀ ଓଡିଶା NEWS (ନିପ୍ର )ଓଡିଶା ତୃତୀୟ ଲିଗ ମ୍ୟାଚ ରେ ମଧ୍ୟ-ଭାରତ ଠାରୁ ବିଜୟୀ ଭୁବନେଶ୍ୱର : ଜାମୁ ଓ କାଶ୍ମୀରର M.A. ଷ୍ଟାଡିୟମରେ ଆୟୋଜିତ ୩୫ତମ ଜାତୀୟ ସିନିୟର୍ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ଓଡ଼ିଶା ସିନିଅର ବାଳକ ଦଳ ଦ୍ୱିତୀୟ ମ୍ୟାଚ ରେ ୫ ରନ ରେ ଏ ଆଈ ଆଈ ବି କୁ ହରାଇ ତୃତୀୟ ଲିଗ ରେ ପ୍ରବେଶ କରିଥିଲା. ଓଡିଶା ବାଳକ ଦଳ ତୃତୀୟ ଲିଗ ମ୍ୟାଚ ରେ ୬ ରନ ରେ ୪ ଉଇକେଟ ହରାଇ ମଧ୍ୟ-ଭାରତ କୁ ହରାଇ ବିଜୟୀ ହୋଇଛି|ଦ୍ୱିତୀୟ ମ୍ୟାଚ ରେ ନିର୍ଦ୍ଧାରିତ ୮ ଓଭରରେ ଏ ଆଈ ଆଈ ବି ପ୍ରଥମେ ବ୍ୟାଟିଂ କରି ୮ ଓଭର ରେ ୬ ଟି ଉଇକେଟ ହରାଇ ୫୫ ରନ କରିଥିଲା ଏବଂ ଓଡିଶା ତାର ଜବାବରେ ୪ ଉଇକେଟ ରେ ୫୮ ରନ କରି ବିଜୟୀ ହୋଇ ତୃତୀୟ ଲିଗ ରେ ପ୍ରବେଶ କରିଥିଲେ| ଏହି ମ୍ୟାଚ ରେ ଏମ ରାଜା ସର୍ବ୍ଧାଧିକ ୨୮ କରି ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ.
ଓଡିଶା ବାଳକ ଦଳ ତୃତୀୟ ଲିଗରେ ନିର୍ଦ୍ଧାରିତ ୮ ଓଭରରେ ମଧ୍ୟ-ଭାରତ ପ୍ରଥମେ ବ୍ୟାଟିଂ କରି ୮ ଓଭର ରେ ୪ ଟି ଉଇକେଟ ହରାଇ ୬୪ ରନ କରିଥିଲା ଏବଂ ଓଡିଶା ତାର ଜବାବରେ ୪ ଉଇକେଟରେ ୬୭ ରନ କରି ବିଜୟୀ ହୋଇଥିଲା. ଏହି ମ୍ୟାଚ ରେ ଅନୁଭବ ଖଟୁଆ ସର୍ବ୍ଧାଧିକ ୩୪ ରନ କରି ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ.
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |