ସତ୍ୟବାଦୀ ରେ ଦାଦାବଟି ମାଗି ୨ ଗିରଫ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS (ନିପ୍ର )ଆଜି ତା ୨୩.୦୧.୨୦୨୫ ରିଖ ସକାଳ ୬ ଘଟିକା ସମୟରେ ବିଶେଷ ସୂତ୍ରରୁ ୦୨ ଜଣ ଦୁର୍ବୁତ୍ତ ସାକ୍ଷୀଗୋପାଳ କଲେଜ ଛକ ନିକଟ ରୋଡରେ ଲୋକ ମାନଙ୍କୁ ଅଟକାଇ ଦାଦା ବଟି ମାଗୁଥିବା ସୂଚନା ପାଇ ନିର୍ଦେଶ ମତେ ସତ୍ୟବାଦୀ ଥାନାର ASI ମହେଶ୍ଵର ସାହୁ ଙ୍କ ନେତୃତରେ ଏକ ପୁଲିସ ଟୀମ ନିକଟସ୍ଥ UGS କଲେଜ ଛକ ରୋଡରେ ଚଢାଉ କରି ସେଠାରେ ଦାଦା ବଟି ମାଗୁଥିବା ଦୁଇ ଅପରାଧୀ ୧। ସତ୍ୟବ୍ରତ ଗିରି ପି – ବ୍ରହ୍ମଚାରୀ ଗିରି ଗ୍ରା-ଗଉଡ଼ହଟ ଥା-ସତ୍ୟବାଦୀ ଜିଲା-ପୁରୀ, ୨ ନିରଞ୍ଜନ ବାରିକ ପି-ଭଗବାନ ବାରିକ ଗ୍ରା-ମଶାଣିଚଣ୍ଡୀ ଥା-ବସେଳିସାହି ଜି-ପୁରୀ କୁ ହେପାଜତକୁ ନେବାରେ ସଫଳ ହୋଇଥିଲେ | ତାଙ୍କୁ ତଲାସି ନେବାରେ ଏକ ଛୁରୀ ,ସହିତ ଏକ OD -13-M-7418 ୟମଃହା ଏଫ ଜେଡ ମଟର ସାଇକେଲ ସହିତ ଅନ୍ୟାନ ଆନୁସଙ୍ଗିକ ତାଙ୍କଠାରୁ ଜବତ କରଯାଇଅଛି । ବେଆଇନ ଭାବରେ ଦାଦା ବଟି ମାଗିବା ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ U/S-308(5)/296/351(2)/3(5) BNS ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ସତ୍ୟବାଦୀ ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କେତନ ବେହେରା କହିଛନ୍ତି |

ଅଧିକ ଖବର ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..