ସତ୍ୟବାଦୀ ଭାରତ ବିକାଶ ଶାଖା ପକ୍ଷରୁ ଉତ୍କଳ ଦିବସ ପାଳିତ |

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା NEWS , ସାକ୍ଷୀଗୋପାଳ :ତାରିଖ ୦୧.୦୪.୨୦୨୫ (ନିପ୍ର)ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ପକ୍ଷରୁ ଆଜି ସାକ୍ଷୀଗୋପାଳ ରେ ଉତ୍କଳ ଦିବସ ପାଳିତ ହୋଇଯାଇଛି l ପ୍ରଥମେ ବସଷ୍ଟାଣ୍ଡ ସ୍ଥିତ ପଞ୍ଚସଖା ପୀଠ ରେ ସଫେଇ କରାଯାଉ ପ୍ରତିମୂର୍ତ୍ତି ରେ ଧୂପ, ଦୀପ, ପୁଷ୍ପ ଦେଇ ମାଲ୍ୟାର୍ପଣ କରି ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାପୁରୁଷ ମାନଙ୍କର ଉତ୍ସାର୍ଗୀକୃତ କାର୍ଯ୍ୟ ବିଷୟରେ ଆଲୋକପାତ କରାଯାଇଥିଲା l ସେଠାରୁ ମଟର ସାଇକେଲ ରାଲି କରି ସାକ୍ଷୀଗୋପାଳ ସିଂହଦ୍ୱାର ନିକଟରେ ଥିବା ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l ତା’ପରେ ପଞ୍ଚସଖା ଙ୍କ ସ୍ମୃତିପୀଠ କୁ ଯାଇ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତ ର ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ଦାସ, ସତ୍ୟବାଦୀ ଶାଖା ର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉପସଭାପତି ଶ୍ରୀଯୁକ୍ତ ନବଘନ ଶତପଥୀ, ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପରିଡା, ଅର୍ଥ ସଚିବ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପଣ୍ଡା, ସଂଗଠନ ସଚିବ ଶ୍ରୀଯୁକ୍ତ ସୁନୀଲ କୁମାର ବେହେରା, ମହିଳା ସହାଭାଗିତା ସଚିବ ଶ୍ରୀମତୀ ରୀତା ତ୍ରିପାଠୀ, ସରୋଜିନୀ ସ୍ୱାଇଁ, ପ୍ରତାପ କୁମାର ପଣ୍ଡା, ସଂଗ୍ରାମ ମହାପାତ୍ର, ବାଳକୃଷ୍ଣ ମହାପାତ୍ର, ଆଲୋକ ଖୁଣ୍ଟିଆ, ଯୋଗେନ୍ଦ୍ର ବରାଳ, ବିଦ୍ୟାଧର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ପ୍ରାନ୍ତୀୟ ମିଡ଼ିଆ ପ୍ରଭାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଲଲ

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..