ଖବର ସତ୍ୟବାଦୀ ଓଡିଶା :ବାଲେଶ୍ୱର ଘଟଣା ପରେ ରାଜ୍ୟ ସରକାର ଙ୍କ ତରଫରୁ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ପାଇଁ କଟକଣା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ କିଛି ଅଜବ ଚିତ୍ର ସାମ୍ନାକୁ ଆସୁଛି । କିଏ ଗାଡିରୁ ଟାଙ୍କି ଖୋଲି ଆଣି ପେଟ୍ରୋଲ ପକାଉଛି ତ ଆଉ କିଏ ପାଣି ପମ୍ପ ଆଣି ତେଲ ଭରୁଛି। କଟକଜିଲ୍ଲା ବଡ଼ମ୍ବାର ମାଣିଆବନ୍ଧ ଓ ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଏଭଳି କିଛି ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ବଡମ୍ବା ମାଣିଆବନ୍ଧ ଅଞ୍ଚଳରେ ତେଲ ଭରିବାକୁ ଗାଡିରୁ ଟାଙ୍କି ଖୋଲି ଆଣିଲେ ପେଟ୍ରୋଲ ପମ୍ପ। ମାଣିଆବନ୍ଧ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କ ବାଇକର ଟାଙ୍କିକୁ ଖୋଲି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେଇ ଆସିଛନ୍ତି ଅନ୍ୟପଟେ ଗାଁ ଗହଳି ରେ ପେଟ୍ରୋଲ ବିକି ଗୁଜରାଣ ମେଣ୍ଟାଉ ଥିବା ଖୁଦ୍ର ବ୍ୟବସାୟୀ ମଧ୍ୟ ହତାଶ |ଏବଂ କେଉଁଠି ରାସ୍ତା ରେ ପେଟ୍ରୋଲ ସରିଗଲେ ଗାଡି ତେଲ ପକାଇବା ପାଇଁ ଚାଲି ଚାଲି ଯିବାକୁ ପଡ଼ିଛି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା…
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |