ସାକ୍ଷୀଗୋପାଳ :(ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ )ସତ୍ୟବାଦୀ ର ପୁଅ ସ୍ୱାଧୀନ ବିଧାୟକ ପାର୍ଥି ଦେବୀ ପ୍ରସାଦ |ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ସ୍ବାଧୀନ ବିଧାvୟକ ପାର୍ଥି ଭାବେ ଦେବୀ ପ୍ରସାଦ ଜେନା ସୋମବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଧାୟକ ପାର୍ଥି ଜେନା ତାଙ୍କର ସମର୍ଥକଙ୍କ ସହିତ ସାକ୍ଷୀଗୋପାଳଙ୍କ ଦର୍ଶନ କରି ଏକ ଶୋଭାଯାତ୍ରାରେ ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ସେ ପିପିଲି ନିର୍ବାଚନ ମଣ୍ଡଳୀ ଧାନକେରା ଗ୍ରାମର ବାସୀନ୍ଧା ହୋଇଥିବା ବେଳେ ଜଣେ ଉଛଶିକ୍ଷିତ ବେକ୍ତି । ପୂର୍ବରୁ ସେ ସିଙ୍ଗାପୁର ଓ ମାଲେସିଆରେ ସଫ୍ଟଓୟାର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ନିଜ ଅଞ୍ଚଳର ବିକାଶ ଓ ଲୋକଙ୍କ ସେବା କରିବା ନିମନ୍ତେ ସ୍ୱାଧୀନ ବିଧାୟକ ପାର୍ଥି ଭାବେ ତାଙ୍କର ନାମାଙ୍କନ ପତ୍ର
ଦାଖଲ କରିଛନ୍ତି । ଶୋଭାଯାତ୍ରରେ ତାଙ୍କ ସଙ୍ଗଠନର ମୁଖ୍ୟ ଭାବେ ଚିଂନ୍ମୟ ସାମଲ , କାଳି ପ୍ରସାଦ ଜେନା ,ଅଶୋକ ଚୌଧୁରୀ , ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସମେତ ଅନ୍ୟ ମନେ ସାମିଲି ହୋଇ ଥିଲେ ।ସତ୍ୟବାଦୀ ବଜାର ମଧ୍ୟ ଦେଇ ସମର୍ଥକ ଙ୍କ ସହ ଦେବ ପ୍ରସାଦ ଜେନା ପୁରୀ ଯାଇ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ସତ୍ୟବାଦୀ ରୁ ଅନେକ ଥର ଅନେକ ନେତା ସ୍ୱାଧୀନ ଭାବେ ବିଜୟ ଲାଭ କରିଛନ୍ତି, ସେ ବି ସ୍ୱାଧୀନ ଭାବରେ ଲଢ଼ି ଜିତିବେ ବୋଲି ତାଙ୍କ ସମର୍ଥକ ମାନେ ଭରଷା ରଖିଛନ୍ତି |
ବ୍ୟୁରୋ ରିପୋର୍ଟ ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ

More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |