ଖବର ସତ୍ୟବାଦୀ ଓଡ଼ିଆ NEWS ଭୁବନେଶ୍ୱର : ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ପ୍ରଥମ ବୈଠକରେ ୪ ପ୍ରସ୍ତାବ ପାରିତ ହୋଇଛି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସ୍ତାବ ଉପରେ ମୋହର । କାଲି ସରକାରଙ୍କ ଉପସ୍ଥିତିରେ ଖୋଲିବ ୪ ଦ୍ୱାର। ମଙ୍ଗଳ ଆଳତୀ ବେଳେ ଖୋଲିବ ୪ ଦ୍ୱାର । ଦ୍ୱିତୀୟ ନିଷ୍ପତ୍ତିରେ ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ମଞ୍ଜୁର ହେବ । ଦୀର୍ଘଦିନ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ବିଭିର୍ଣ୍ଣ ମହଲ ରେ ଦାବୀ ହୋଇ ଆସୁଥିଲା |ଏବଂ ଏହାକୁ ନେଇ ବିଜେପି ସରକାର ଘୋଷଣା କରିଥିଲେ କି ସରକାର ଆସିଲେ ପ୍ରଥମେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବ |ଯାହା ଆଜି ସରକାର ଗଠନ ପରେ ପ୍ରଥମ କ୍ୟାବିନେଟ ବୈଠକ ରେ ନିଷ୍ପତି ହୋଇଛି |ଏହାକୁ ବିଭିର୍ଣ୍ଣ ମହଲରେ ସ୍ୱାଗତ କରାଯାଇଛି |
ତୃତୀୟ ନିଷ୍ପତ୍ତିରେ ଖୁବଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି । ଧାନର ଏମଏସପି ୩୧ ଶହ ଟଙ୍କା ହେବ । ଚତୁର୍ଥ ନିଷ୍ପତ୍ତି ୧୦୦ ଦିନରେ କାର୍ଯ୍ୟକାରୀ ସୁଭଦ୍ରା ଯୋଜନା। ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ ।
୧-କାଲିଠାରୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର
୨- ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ
୩- ଖୁବଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି
୪- ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ
ଅଧିକ ଖବର ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS
More Stories
ଭୁବନେଶ୍ୱର ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ |
ରାଜ୍ୟ ସ୍ଥରୀୟ ପ୍ରତିଯୋଗିତା ରେ ହାନା ଟାଇକୋଣ୍ଡା ଏକାଡ଼ମି କୁ ବଡ ସଫଳତା |
ସଂଗଠନ କୁ ସୃଦୁଢ କରିବାରେ ଲାଗିପଡିଛନ୍ତି ନୂତନ ବିଧାୟକ |