ସତ୍ୟବାଦୀ ରେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଙ୍କୁ ଜେଲ ପଠାଇଲା ସତ୍ୟବାଦୀ ପୋଲିସ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ NEWS ଓଡିଶା |(ନିପ୍ର)ସମାଜରେ ଶିଶୁ ଅତ୍ୟାଚାର କୁ ନେଇ ଏବେ ବଢୁଛି ଚିନ୍ତା, ସାରା ଦେଖିବାକୁ ମିଳୁଛି ଏଭଳି ଅମାନୁଷିକ ଘଟଣା, ଯୌନ ପିପାସୁ ଙ୍କ ହାତରେ ବଳି ପଡୁଛନ୍ତି ନିରୀହ ଶିଶୁ |ଏଭଳି ଏକ ଦୁଃଖଦାୟକ ଘଟଣା ଏବେ ସତ୍ୟବାଦୀ ରେ ଚର୍ଚ୍ଚାର ବିଷୟ ପାଲଟିଛି |ସତ୍ୟବାଦୀ ର ଅଳିସ ଗ୍ରାମରେ ଗତ ୨୭ ତାରିଖ ଦିନ ୧୨ ଟା ସମୟରେ ଘଟିଯାଇଛି |ଗ୍ରାମର ୯ ବର୍ଷ ର ଶିଶୁ ଶାରୀରିକ ଅତ୍ୟାଚାର ର ଶିକାରହୋଇଛି |ଝିଅ ଟି ତାର ୩ ବର୍ଷ ର ଭାଇ ସହିତ ନିଜ ଘର ପଛପଟେ ଖେଳୁଥିବା ସମୟରେ ସେହି ଗ୍ରାମର ଜୈନିକ ଯୁବକ କୁନି ଝିଅ ଚକଲେଟ ଆଦି କୁ ବିଭିର୍ଣ୍ଣ ପ୍ରଲୋଭନ ଦେଖାଇ ପାଖରେ ଥିବା ପୋଖରୀ ହୁଡ଼ା କୁ ନେଇ ଦୁଷ୍କର୍ମ କରିଥିଲା |ନିଜ ଝିଅ କୁ ଖୋଜି ଖୋଜି ତା ମା ପୋଖରୀ କୂଳରେ ପହଞ୍ଚି ଝିଅ କୁ ପାଇଥିଲା ଓ ଘରକୁ ଆଣି ପଚାରିବାରେ ସେ ଆସାମୀ ର ନାଁ ପ୍ରକାଶ କରିଥିଲା |ଏସବୁ ଘଟଣା ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ଘଟଣା ପରେ ପରିବାର ଲୋକଙ୍କ ସତ୍ୟବାଦୀ ଥାନାରେ ଏତଲା ପରେ ସତ୍ୟବାଦୀ ଆଇ ଆଇ ସି ଉମେଶ ଚନ୍ଦ୍ର ପ୍ରଧାନ 217/24 ରେ ଏକ ମାମଲା ରୁଜୁ କରି ଆସାମୀ କୁ କୋର୍ଟ ଚାଲାଣ କରାଯାଇଛି |ଆସାମୀ ବର୍ତ୍ତମାନ ଜେଲ ରେ, ତେବେ ଏଭଳି ଘଟଣା ସମଗ୍ର ସତ୍ୟବାଦୀ ରେ ଆଲୋଚ୍ୟ ର ବିଷୟ ପାଲଟିଛି |

ଅଧିକ ପଢନ୍ତୁ ଅଧିକ ଦେଖନ୍ତୁ ଖବର ସତ୍ୟବାଦୀ ଓଡିଶା NEWS