ସାକ୍ଷୀଗୋପାଳ :ଖବର ସତ୍ୟବାଦୀ NEWS ଓଡିଶା( ନିପ୍ର )୨୮। ୭ । ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିରରାମଚନ୍ଦ୍ରପୁର୍ ଗ୍ରାମ ପଞ୍ଚାୟତର, ମୁନିଦା ଗ୍ରାମରେ ନିକଟରେ ଘଟିଥିବା ଅଗ୍ନିକାଣ୍ଡରେ ହରସ ପରିଡ଼ାଙ୍କ ଦୁଇ ବଖରା ଘର ସହ ଧାନ ଚାଉଳ ,ଆସଭାବପତ୍ର ପୋଡି ଅନେକ କ୍ଷୟକ୍ଷତି ହୋଇଥିଲା । ଖବର ପାଇ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ରବିବାର ପୂର୍ବାହ୍ନ ୧୦ ଘଟିକାରେ ଅଗ୍ନିବିପର୍ଣ୍ଣଙ୍କ ପରିବାର ନିକଟରେ ପହଞ୍ଚି ଥିଲେ । ବିପର୍ଣ୍ଣ ପରିବାରର ଭଲ ମନ୍ଦ ବୁଝିବା ସହ ଆସନ୍ତା ୩ ମାସ ମଧ୍ୟରେ ଆବାସ ଯୋଜନାରେ ଘର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଗ୍ନିକାଣ୍ଡରେ ଘରର ଆସଭାବ ପତ୍ର ଏବେବି ପାଉଁସ ଗଦା ତଳେ ଥିବାରୁ ଏହାକୁ ସଫା ସୁତରା କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ
କରିଥିଲେ । ସତ୍ୟବାଦୀ ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶୀ ଓ ଅମିନ ମୃତ୍ୟୁଞ୍ଜୟ ସିଂ ଙ୍କୁ . ବିଧାୟକ ବିପର୍ଣ୍ଣ ପରିବାରର କ୍ଷୟ କ୍ଷତି ରିପୋର୍ଟ ଶୀଘ୍ର ପ୍ରସ୍ତୁତ କରି ଅବସକୀୟ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ପଞ୍ଚାୟତ ସରପଞ୍ଚ ବର୍ଷା ରାଣୀ ସେଠି , ମଣ୍ଡଳ ସଭାପତି ଉମେଶ ପ୍ରଧାନ ,ସୁରେନ୍ଦ୍ର ପ୍ରଧାନ , ପୂର୍ବତନ ସରପଞ୍ଚ ହର ରଥ ଙ୍କ ସମେତ ଅନ୍ୟ ମନେ ସହାୟତା ପ୍ରଦାନ ସମୟରେ ବିଧାୟକ ଙ୍କ ସହ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |