ଖବର ସତ୍ୟବାଦୀ ଓଡିଶା NEWS :ଘଟଣା ରୁ ପ୍ରକାଶ ଯେ ଗତ୩ ତାରିଖ ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ମଝିକେରା ଗ୍ରାମ ରିତା ବରାଳ ଙ୍କ ଘରେ ପଶି ପରିବାର ଲୋକଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ପୁଅ ଙ୍କୁ ଆକ୍ରମଣ କରି ରିତା ବରାଳ ଙ୍କୁ ଟଣା ଓଟରା କରି ପଚାଶ ହଜାର ଟଙ୍କା ବଟି ମାଗିବାର ସତ୍ୟବାଦୀ ଥାନାରେ ସେ ଅଭିଯୋଗ କରିଥିଲେ |ଏହାକୁ ନେଇ ସତ୍ୟବାଦୀ ଆଇ ଆଇ ସି ବିଜୟ କେତନ ବେହେରା ପୁରୀ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଚାରି ଚିତଳ ପୁର ଅଞ୍ଚଳ ର ପ୍ରକାଶ ଚନ୍ଦ୍ର ବେହେରା ,ଡିହପୁର ର ପ୍ରଶାନ୍ତ ପ୍ରଧାନ ଓରଫ କାଳୁ, ବିଶ୍ୱନାଥ ଦାସ ଓରଫ ଯୋଗୀ, ଡେଲାଙ୍ଗ ଅଞ୍ଚଳ ର ସୁଶାନ୍ତ ମଲ୍ଲିକ ପ୍ରଭୃତି ଙ୍କୁ ଗିରଫ କରି କେସ ନମ୍ବର 344 ରେ 333/296/1115/2/308/3/308/4/74/75/76/351/2/3(5) BNS ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS

More Stories
ସତ୍ୟବାଦୀ ମଝିକେରା ଗ୍ରାମରେ ଘଟିଥିବା ମରଣାତ୍ମକ ଘଟଣା ରେ ଜଣକୁ ଗିରଫ କଲା ପୋଲିସ |
ସାକ୍ଷୀଗୋପାଳ ଡାକ ବିଭାଗ ରୁ ବିଳମ୍ବିତ ରାତିରେ ଚୋରୀ |
ବେଆଇନ ମଦ ସହିତ ଜଣକୁ ଗିରଫ କରିଛି ସତ୍ୟବାଦୀ ପୋଲିସ