ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS | ପର୍ଯ୍ୟଟନ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିର ଏବେ ବିପଦ ସଂକୁଳ ଅବସ୍ଥାରେ |ଐତିହ୍ୟ ଓ ପରମ୍ପରା ର ମୁକସାକ୍ଷୀ ସାକ୍ଷୀଗୋପାଳ ମନ୍ଦିର ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି। ମନ୍ଦିରର ଦଧିନଉତି ଫାଟି ଧାନ ଦେଖାଯାଉଥିଲେ ହେଁ ଏନେଇ ମନ୍ଦିର ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ପୂର୍ବରୁ ସୌନ୍ଦର୍ଯିକରଣ ନାଁରେ ବଜ୍ରାଘାତରୁ ରକ୍ଷା ପାଇବା ପାଇଁ ଲାଗିଥିବା ଆର୍ଥଙ୍ଗ୍ ପ୍ଲେଟକୁ କାଢି ନିଆଯିବା ସହିତ ମନ୍ଦିର ଉପରେ ଲାଗିଥିବା ବହୁ ପୁରାତନ ଲେପକୁ ଛଡାଇ ସେମିତି ଛାଡି ଦିଆଯାଇଛି। ଫଳରେ ମନ୍ଦିରର ବିଭିନ୍ନ ସ୍ଥାନରେ ପାଣି ଗଳୁଥିବା ଲକ୍ଷ କରାଯାଉଛି। ଆର୍ଥିଙ୍ଗ କାଢି ଦେବା ଯୋଗୁଁ ଦଧିନଉତିରେ ଫାଟ ହୋଇଥାଇପାରେ ବୋଲି ବରିଷ୍ଠ ସେବାୟତ ମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏପରି ସ୍ଥଳେ ମନ୍ଦିର ଯେ କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ। ସେବାୟତ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ମନ୍ଦିର ପ୍ରଶାସନ କିମ୍ବା ଜନ ପ୍ରତିନିଧି ଏନେଇ କୈଣସି ପଦକ୍ଷେପ ଗ୍ରହଣ ନ କରିବା ଅତ୍ୟନ୍ତ ଦୁଃଖଦାୟକ। ଏହାଛଡା ଠାକୁରଙ୍କ କୋଠଭୋଗ ପାଇଁ ଓମ୍ଫେଡ ଯୋଗାଇ ଦେଉଥିବା ଘିଅ ମଧ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଯୋଗ ହୋଇଛି। କାରଣ।ଏହି ଘିଅରେ ପ୍ରସ୍ତୁତ ଭୋଗ ମାତ୍ର କେଇ ଘଣ୍ଟାରେ ନଷ୍ଟ ହେଇଯାଉଛି। ଏ ସମସ୍ତ ଘଟଣା ନିଶ୍ଚିତ ଭାବେ ଅନୁସନ୍ଧାନ ସାପେକ୍ଷ। ମାନ୍ୟବର ବିଧାୟକ ତଥା ରାଜ୍ୟ ସରକାର ଏହି ସମସ୍ତ ଘଟଣାକୁ ଗୁରୁତର ସହ ନେଇ ଉପଯୁକ୍ତ ଅନୁସନ୍ଧାନ ପୂର୍ବକ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସରକାର ଙ୍କ ନିକଟରେ ଦାବୀ କରିଛନ୍ତି ସତ୍ୟବାଦୀ ର ବୁଦ୍ଧିଜୀବୀ ଓ ସଚେତନ ନାଗରିକ |ତେବେ ଏନେଇ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିତ୍ତିହିନ ଏବଂ ଏହାକୁ ନେଇ ମିଥ୍ୟା ଅଭିଯୋଗ କରାଯାଉଛି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS...

More Stories
ଅଠାଇସ ରେ ସୁନା ବେଶରେ ଦର୍ଶନଦେଲେ ସିଦ୍ଧ ବଳରାମ |
ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|
ରାଧାଷ୍ଟମୀରେ ରାଧାରାଣୀଙ୍କୁ ବ୍ରହ୍ମକମଳ ପୁଷ୍ପ ଅର୍ପଣ କଲେ ସମାଜସେବୀ ନିହାର |