ମୁଖ୍ୟମନ୍ତ୍ରୀ ଙ୍କ ଗ୍ରସ୍ଥ ଙ୍କୁ ନେଇ ବ୍ୟାପକ ପ୍ରସ୍ତୁତି |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :ସତ୍ୟବାଦୀ ବ୍ଲକରେ ଗୁରୁବାର ରାଜ୍ୟ ସରକାର ଙ୍କ ଶହେଦିନ ପୂର୍ତ୍ତି ସମାରୋହ ଆୟୋଜନ ପାଇଁ ପ୍ରସ୍ତୁତି କରାଯାଇଛି। ସାକ୍ଷୀଗୋପାଳ କଲେଜ ପଡ଼ିଆରେ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ମାନ୍ୟବର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ, ଉପ ମୂଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ପଞ୍ଚାୟତ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଙ୍କ ସହିତ ସାଂସଦ, ବିଧାୟକ ଭାଜପା ନେତୃମଣ୍ଡଳୀ ଯୋଗଦେଇ ଜନ ସଭାକୁ ସମ୍ବୋଧିତ କରିବେ। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି।ପୂର୍ବାହ୍ନ ୧୧ଟାରୁ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ ଜନ୍ମପୀଠ ଐତିହ୍ୟ ଗ୍ରାମ ସୁଆଣ୍ଡୋ ରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ। ଗୋପବନ୍ଧୁ ପାର୍କ ରେ ବୃକ୍ଷ ରୋପଣ କରିବା ପରେ ନିକଟସ୍ଥ ବିଦ୍ୟାଧରପୁର ଗ୍ରାମରେ ପହଞ୍ଚି ସେଠାରେ ଗ୍ରାମିଣ ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ ପରିଦର୍ଶନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଭେଟି ମୂଖ୍ୟମନ୍ତ୍ରୀ ସ୍ବଚ୍ଛତା ପରିଚାଳନା ସମ୍ପର୍କରେ ଆଲୋଚନା କରିବେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଧରପୁର ନୋଡାଲ ଉ ପ୍ରା ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ହୋମିଓପାଥିକ ସ୍ବସ୍ଥ୍ୟକେନ୍ଦ୍ର ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବାପରେ ସାକ୍ଷୀଗୋପାଳ କଲେଜ ପଡ଼ିଆରେ ୧୨ ଟାରେ ପହଞ୍ଚି ସମାରୋହ ରେ ଯୋଗଦାନ କରିବେ। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ବୁଧବାର ସକାଳେ ସ୍ବତନ୍ତ୍ର ସୁରକ୍ଷା ଟିମ୍ ସହ ଆଈ ଜି ସଞ୍ଜୟ କ୍ୟୈଶଲ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ,ଏସ ପି ପିନାକ ମିଶ୍ର, ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି, ଏସଡିପିଓ ବିରଞ୍ଚି ନାରାୟଣ ପତି, ଉପ ଜିଲ୍ଲାପାଳ ଗୋପିନାଥ କୁଅଁର, ସତ୍ୟବାଦୀ ତହସିଲଦାର ଆଲୋକ ଦେହୁରୀ, ବିଡ଼ିଓ ଲିପ୍ସା ରାୟ , ଆଇଆଇସି ଉମେଶ କୁମାର ସାହୁ ପ୍ରମୁଖ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ସହ ସୁଆଣ୍ଡୋ, ବିଦ୍ୟାଧରପୁର ଓ ସାକ୍ଷୀଗୋପାଳ କଲେଜ ରେ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାକୁ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।ବ୍ୟୁରୋ ରିପୋର୍ଟ ଖବର ସତ୍ୟବାଦୀ.