ଖବର ସତ୍ୟବାଦୀ ଓଡିଶା NEWS ଭୁବନେଶ୍ୱର (୧୯/୧୧): ଆସନ୍ତା ଫେବୃଆରୀ ୯, ୨୦୨୫ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ୱାନ୍ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରସୁତି ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ଓଡ଼ିଶା କ୍ରିକେଟ ଆସୋସିଏସନ୍ର ଅଧିକାରୀ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତତ୍ରେୟ ଭାଉ ସାହେବ ସିନ୍ଧେ, ବିଭିନ୍ନ ବିଭାଗ ଯଥା ପୂର୍ତ୍ତ, ଅଗ୍ନିଶମ, ପରିବହନ ବିଭାଗର ଅଧିକାରୀ, ଏୟାରପୋର୍ଟ ଅଥରିଟି, କଟକ ମୁନିସିପାଲ କର୍ପୋରେସନ୍ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ଆଜିର ପ୍ରସ୍ତୁତି ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ୱାନ୍ ଡେ ଇଣ୍ଟରନ୍ୟାସନାଲ୍ ମ୍ୟାଚଟି ଯେପରି ଜିଲ୍ଲା ପ୍ରଶାସନ, ପୋଲିସ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ଵୟ ରଖାଯାଇ ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ ସେ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରାଯାଇଥିଲା।
ବିଶେଷ ଭାବରେ ଖେଳାଳୀ ମାନଙ୍କର ରହଣି ବ୍ୟବସ୍ଥା, ଷ୍ଟାଡିୟମ୍ ରେ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଖେଳାଳୀ, ଦର୍ଶକ ଓ ଅଂଶୀଦାର ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବରେ ଧ୍ୟାନ ଦିଆଯିବ। ମ୍ୟାଚରେ ଯେପରି ଅଧିକରୁ ଅଧିକ ଦର୍ଶକମାନେ ଏକତ୍ରିତ ହୋଇ ମ୍ୟାଚ ଦେଖିପାରିବେ ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଏଥିସହିତ ମ୍ୟାଚର ଟିକେଟକୁ ଦର୍ଶକ ମାନଙ୍କ ପାଇଁ ସୁଲଭ ଦରରେ ବିକ୍ରୟ କରାଯିବା ସହିତ ଟିକେଟ ମୂଲ୍ୟ ସ୍ଥିର କରିବା ଏବଂ ଟିକେଟ ବିକ୍ରୟର ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛଳ ଭାବେ ନିରୂପଣ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି।
କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଆସନ୍ତା ୦୯ ଫେବୃଆରୀ, ୨୦୨୫ରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ୍ ଠାରେ ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ସେଥିପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମ୍ୟାଚଟି ଯେପରି ସୂଚାରୁ ରୂପେ ପରିଚାଳିତ ହେବ ସେଥିପାଇଁ ଆଗାମୀ ଦିନରେ ମଧ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡିଶା କ୍ରିକେଟ ଆସୋସିଏସନ ଏବଂ ସମସ୍ତ ଅଂଶୀଦାରମାନଙ୍କୁ ନେଇ ନିୟମିତ ଅନ୍ତରାଳରେ ପ୍ରସ୍ତୁତି ବୈଠକ କରାଯିବ। ଏଥର ବିଶେଷ ଭାବରେ ମ୍ୟାଚର ଟିକେଟ ଯେପରି ସାଧାରଣ ବର୍ଗର ଦର୍ଶକମାନେ ସୁଲଭ ମୂଲ୍ୟରେ ପାଇପାରିବେ ସେନେଇ ପଦକ୍ଷେପ ଗ୍ରହଣ କରାଯିବ। ଏହାସହିତ ଟିକେଟ ମୂଲ୍ୟ ଧାର୍ଯ୍ୟ କରିବା ଏବଂ ଟିକେଟ ବିକ୍ରୟର ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛଳ ଭାବେ ନିରୂପଣ କରାଯିବ। ଖେଳଳୀ ମାନଙ୍କର ରହଣି ବ୍ୟବସ୍ଥା ସହ ଉଭୟ ଦର୍ଶକ ଓ ଖେଳାଳୀମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବେ ଧ୍ୟାନ ଦିଆଯିବ। ୱାନ ଡେ ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚ ନିମନ୍ତେ ଯେପରି ଜିଲ୍ଲା ପ୍ରଶାସନ, ପୋଲିସ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ଵୟ ରଖାଯାଇ ମ୍ୟାଚକୁ ସୁଚାରୁ ରୂପେ ପରିଚାଳନା କରାଯିବ ସେନେଇ ସମସ୍ତ ପ୍ରସ୍ତୁତି କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଛନ୍ତି।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…

More Stories
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୬ ତମ ବାର୍ଷିକ ଉତ୍ସବ ସୋମବାର ମହାସମାରୋହରେ ଅନୁଷ୍ଠିତ|
ଦଶମ ସତ୍ୟବାଦୀ ମହୋତ୍ସବ ପାଇଁ ସରିଲା ପ୍ରଶାସନିକ ପ୍ରସ୍ତୁତି ବୈଠକ |
ଅଁଳାନବମୀ କୁ ନେଇ ମନ୍ଦିର ଚତୁର୍ପାଶ୍ୱ ବୁଲି ସ୍ଥିତି ପରଖିଲେ ପୁରୀ ଏସ୍ପି |