ଭୁବନେଶ୍ୱର :ଖବର ସତ୍ୟବାଦୀ ଓଡିଶା NEWS :ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ଜାଗରଯାତ୍ରା ଉପଲକ୍ଷେ ଆଇନ୍, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମସ୍ତ ନିଯୋଗ, ସେବାୟତ, ଜିଲ୍ଲା ପ୍ରଶାସନଙ୍କୁ ନେଇ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ପର୍ଯ୍ୟାୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।
ଚଳିତ ଜାଗରଯାତ୍ରାକୁ କିଭଳି ଅଧିକ ବ୍ୟବସ୍ଥିତ, ସୁନ୍ଦର ଓ ଶୃଙ୍ଖଳିତ କରିହେବ ସେଥିନେଇ ସମସ୍ତଙ୍କ ସହଯୋଗ କାମନା କରିବା ସହ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷାକରି ନିର୍ଘଣ୍ଟ ଅନୁଯାୟୀ ନୀତିକାନ୍ତି ଶେଷ ଓ ଧାର୍ଯ୍ୟ ସମୟ ମଧ୍ୟରେ ମହାଦୀପ ଉଠିବା ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ଲିଙ୍ଗରାଜଙ୍କ ଜାଗରଯାତ୍ରା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ ସମସ୍ତ ବ୍ୟବସ୍ଥା ଯେପରି ଶୃଙ୍ଖଳିତ ଢଙ୍ଗରେ ସଂପନ୍ନ ହେବ ତାହା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..

More Stories
ଅଠାଇସ ରେ ସୁନା ବେଶରେ ଦର୍ଶନଦେଲେ ସିଦ୍ଧ ବଳରାମ |
ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|
ରାଧାଷ୍ଟମୀରେ ରାଧାରାଣୀଙ୍କୁ ବ୍ରହ୍ମକମଳ ପୁଷ୍ପ ଅର୍ପଣ କଲେ ସମାଜସେବୀ ନିହାର |