ଖବର ସତ୍ୟବାଦୀ ଓଡିଶା NEWS :ତା ୦୩.୦୪.୨୦୨୫ ରିଖ ଅନୁଗୋଳ ଜିଲ୍ଲା ନୂଆହତା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ବରେ ନିର୍ମିତ ମୁକୁଳା ଡ୍ରେନରେ ଏକ କାର ଦୁର୍ଘଟଣାର ଶିକାର ହୋଇଛି।ସୋଭାଗ୍ୟବଶତଃ ଜୀବନହାନୀ ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସ୍ଵାମୀ ସ୍ତ୍ରୀ। ସୂଚନା ଅନୁଯାୟୀ କଟକରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ OD 33AF 2762 ବାଲେନୋ କାର ନୂଆହତା ବାଲିସାହି ଅଞ୍ଚଳରେ ଏକ୍ କୋଇଲା ଗାଡି କଟ ମାରିବାରୁ କାର ଚାଳକ ରାସ୍ତା ପାର୍ଶ୍ଵ କୁ ପଳାଇ ଯିବା ପାଇଁ ଉଦ୍ୟମ କରିବା ବେଳେ ପାର୍ଶ୍ଵରେ ଥିବା ମୁକୁଳା ଡ୍ରେନ୍ ରେ ପଶି ଯାଇଥିଲା କାର। କାର ମଧ୍ୟରେ ସ୍ଵାମୀ ସ୍ତ୍ରୀ ଫଶି ରହିଥିବା ବେଳେ ସ୍ଥାନୀୟ ଜନସାଧାରଣ ପହଞ୍ଚି ସ୍ଵାମୀ ସ୍ତ୍ରୀ କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ କାର୍ କୁ ଉଦ୍ଧାର କରିଥିଲେ। ତେବେ ଜାତୀୟ ରାଜପଥ ବିଭାଗର ଡ୍ରେନ୍ ନିର୍ମାଣ ଅଧିକାରୀଙ୍କ ବେପରୁଆ ମନୋଭାବ ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ନେହୁରା ହୋଇଛନ୍ତି ବଅଁରପାଳ ଅଞ୍ଚଳବାସୀ।
ଅନୁଗୋଳ ରୁ ଅଜିତ୍ କୁମାର ଭୋଇ ରିପୋର୍ଟ

More Stories
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୬ ତମ ବାର୍ଷିକ ଉତ୍ସବ ସୋମବାର ମହାସମାରୋହରେ ଅନୁଷ୍ଠିତ|
ଦଶମ ସତ୍ୟବାଦୀ ମହୋତ୍ସବ ପାଇଁ ସରିଲା ପ୍ରଶାସନିକ ପ୍ରସ୍ତୁତି ବୈଠକ |
ଅଁଳାନବମୀ କୁ ନେଇ ମନ୍ଦିର ଚତୁର୍ପାଶ୍ୱ ବୁଲି ସ୍ଥିତି ପରଖିଲେ ପୁରୀ ଏସ୍ପି |