ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS (ନିପ୍ର )
ତା -୨୭ -୦୫ -୨୫ରିଖ |ଭକ୍ତି ଓ ବିଶ୍ୱାସ ର ପର୍ବ ସାବିତ୍ରୀ ବ୍ରତ |ପ୍ରତ୍ୟେକ ସଧବା ନାରୀ ଙ୍କ ପାଇଁ ଏକ ସୌଭାଗ୍ୟ ର ଦିନ |ଯେଉଁ ଦିନରେ ସ୍ୱାମୀ ଙ୍କ ଦୀର୍ଘାୟୁ କାମନା କରି ସଧବା ନାରୀ ମାନେ ବ୍ରତ ରଖିଥାଆନ୍ତି |ପୌରାଣିକ ମତ ରେ ମହା ସତୀ ସାବିତ୍ରୀ ତାଙ୍କ ସ୍ୱାମୀ ସତ୍ୟବାନ ଙ୍କୁ ଯମରାଜ ଙ୍କ ନିକଟରୁ ଫେରାଇ ଆଣିବା ପାଇଁ ବ୍ରତ ରଖି ଦେବା ଧି ଦେବ ମହାଦେବ ଙ୍କୁ ପୂଜାର୍ଚନା କରିଥିଲେ |ଆଉ ତାଙ୍କ ସ୍ୱାମୀ ଙ୍କ ଜୀବନ ଫେରାଇ ଆଣିଥିଲେ |ଆଜି ବି ସଧବା ନାରୀ ମାନେ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ କାମନା କରି ଉପବାସ ରହି ଥାଆନ୍ତି |ଏହି ପବିତ୍ର ଦିନରେ ଶିବ ମନ୍ଦିର ରେ ସଧବା ନାରୀ ମାନେ ଆମ୍ବ, ପଣସ, କଦଳୀ, ସେଓ, ତାଳ, ଅଙ୍ଗୁର ଆଦି ଫଳ ମୂଳ ସାଙ୍ଗକୁ ଗଜାମୁଗ ଭୋଗ କରି ଥାଆନ୍ତି, ମନ୍ଦିର ରେ ନୂଆ ଶାଢ଼ୀ ଶଙ୍ଖା ଲାଗି କରି ପିନ୍ଧି ଥାଆନ୍ତି |ଓଡିଶା ରେ ବାରମାସ ରେ ତେର ପର୍ବ ମଧ୍ୟରୁ ସାବିତ୍ରୀ ବ୍ରତ ଅନ୍ୟତମ |
ଖବର ସତ୍ୟବାଦୀ ଓଡିଶା ନିୟୁଜ |ଅଧିକ ପଢନ୍ତୁ…
More Stories
ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|
ରାଧାଷ୍ଟମୀରେ ରାଧାରାଣୀଙ୍କୁ ବ୍ରହ୍ମକମଳ ପୁଷ୍ପ ଅର୍ପଣ କଲେ ସମାଜସେବୀ ନିହାର |
ଶ୍ରୀରାଧା ଜନ୍ମୋତ୍ସବ ର ଶେଷ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |