ସଞ୍ଜୟ ଙ୍କ ପ୍ରଶଂସା କଲେ ଭି କେ ପାଣ୍ଡିଆନ |

Love with Khabar Satyabadi

ସାକ୍ଷୀଗୋପାଳ :(ଖବର ସତ୍ୟବାଦୀ) ଗତ କାଲି କଣାସ ଜଙ୍କିଆ ଗଡ଼ସାହି ମେଳଣ ପଡିଆରେ ପାଣ୍ଡିଆନ ଙ୍କ ସଭାରେ ବିପୁଳ ଜନ ସମାଗମ |ଏବେ ସତ୍ୟବାଦୀ ରାଜନୀତି ରେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା ଙ୍କୁ ଜୋର ଧରିଛି ଚର୍ଚ୍ଚା, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ରୁ ଆସି ସତ୍ୟବାଦୀ ରାଜନୀତି ପାଦଦେଲା ପରେ କର୍ମୀ ମାନଙ୍କୁ ନେଇ ଆରମ୍ଭ କରିଦେଇଥିଲେ ରଣନୀତି, କାରଣ ସତ୍ୟବାଦୀ ମାଟିରେ ତାଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ମିଳିଛି, ଏବେ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ସଂଗଠନ କୁ ସୃଦୁଢ କରିବାରେ ଲାଗିଛନ୍ତି ସଞ୍ଜୟ, ଆଉ ବିଜୁ ଜନତା ଦଳ ପ୍ରତି ନିଷ୍ଠା ଏକାଗ୍ରତା ଆଉ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇ ଗାଁ ଗାଁ ବୁଲୁଛନ୍ତି ସଞ୍ଜୟ କହୁଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ର କଥା, ଯାହା ଆଜି ଦେଖିବାକୁ ମିଳିଛି କଣାସ ଜଙ୍କିଆ ଗଡ଼ସାହି ମେଳଣ ପଡିଆ ବିଜୁ ଜନତା ଦଳ ର ରାଜନୈତିକ ସଭାରେ, ମଞ୍ଚରେ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କ ବିକାଶ ମୂଳକ ବାର୍ତା ସାରା ଓଡିଶା ବାସୀ ଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ, ଓଡିଶା ର ବିକାଶ କୁ ଆଖି ଆଗରେ ରଖି ସେ ପ୍ରାର୍ଥୀ ଦେଇଛନ୍ତି, ତେଣୁ ଯୋଡି ଶଙ୍ଖାରେ ଭୋଟ ଦେବାପାଇଁ ନିବେଦନ କରିଛନ୍ତି |ଆସନ୍ତା ୯ ତାରିଖରେ ଶ୍ରୀଯୁକ୍ତ ନବୀନ ପଟନାୟକ ମୁଖ୍ୟମନ୍ତ୍ରୀ ହେବେ ଆପଣ ମାନଙ୍କ ଭଲ ପାଇବା ଆଶ୍ରିବାଦ ରହିବ ବୋଲି କହିଛନ୍ତି ପାଣ୍ଡିଆନ |ମଞ୍ଚରେ ସଞ୍ଜୟ ଙ୍କ ପ୍ରଶଂସା କରିଛନ୍ତି ସେ ଆଉ ସାଂସଦ ପ୍ରାର୍ଥୀ ଅରୂପ ପଟନାୟକ ଜଣେ ଏଭଳି ଲୋକ ଯିଏ ଓଡିଶା ର ଦଶ ହଜାର କର୍କଟ ରୋଗୀ ଙ୍କ ଚିକିତ୍ସା କରାଇ ଭଲକରିଛନ୍ତି, ଓଡିଶା ର ବିକାଶ ରେ ସାମିଲ ହେବା, ଆମ ଓଡିଶା ନବୀନ ଓଡିଶା |ପ୍ରଥମେ ଶ୍ରୀ ସଞ୍ଜୟ ଦାସ ବର୍ମା ଙ୍କ ସହିତ, ସତ୍ୟବାଦୀ ପୂର୍ବତନ ବିଧାୟକ, ବ୍ଲକ ସଭାପତି ଙ୍କ ସହିତ ଅନେକ ଛାମୁଆ ନେତା ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ କରିଛନ୍ତି,ଏହି କାର୍ଯ୍ୟକ୍ରମ ସତ୍ୟବାଦୀ ଓ କଣାସ ଅଞ୍ଚଳ ର ଅନେକ ଛାମୁଆ ନେତା ଙ୍କ ସହିତ ନୂତନ ଭାବେ ବିଜେପି ଛାଡି ବିଜୁ ଜନତା ଦଳ ରେ ସାମିଲ ହୋଇଥିବା ରଶ୍ମି ରଞ୍ଜନ ଦାସ, ମନୋଜ ସାହୁ, ପ୍ରଶାନ୍ତ ଶତପଥୀ, ଭାସ୍କର ମିଶ୍ର, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ, ତେବେ ସତ୍ୟବାଦୀ ରାଜନୀତି କୁ ନେଇ ସବୁଠି ଆଲୋଚନା, ୩ ପ୍ରମୁଖ ଦଳ ବିଜେଡି,ବିଜେପି, କଂଗ୍ରେଡ଼ ନିର୍ବାଚନ ରଣନୀତି ରେ ସାମ୍ନାରେ ଥିବା ବେଳେ, କଂଗ୍ରେସ ମଧ୍ୟ ସଂଗଠନ କୁ ସୃଦୁଢ କରିବାରେ ଲାଗି ପଡିଛି, ଆଉ ଏବେ ଭୋଟର ଙ୍କ ମତାମତ କୁ ଅପେକ୍ଷା |ପାଣ୍ଡିଆନ ଙ୍କୁ ପୁରୀ ଜିଲ୍ଲା ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି ନିର୍ବାଚନ ମଣ୍ଡଳୀ ରେ ପାଣ୍ଡିଆନ ଗ୍ରସ୍ଥ କୁ ନେଇ କାର୍ଯ୍ୟକର୍ତା ଙ୍କ ମଧ୍ୟରେ ଉତ୍ସାହ |ହୁଳହୁଳି କର ତାଳିରେ ସ୍ୱାଗତ |

ସତ୍ୟବାଦୀ ରୁ ବ୍ୟୁରୋ ରିପୋର୍ଟ ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ