ଶ୍ରୀକ୍ଷେତ୍ର ପୁରୀ ରେ ପ୍ରଧାନମନ୍ତ୍ରୀ ମୋଦୀ |

Love with Khabar Satyabadi

ସାକ୍ଷୀଗୋପାଳ (ଖବର ସତ୍ୟବାଦୀ) : ଶ୍ରୀମନ୍ଦିର ପହଁଞ୍ଚିଲେ ମୋଦି । ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ । ପୁରୀରେ ପଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରଛନ୍ତି ମୋଦି । ମହାପ୍ରଭୁଙ୍କ ଦର୍ଶନ କରି ରୋଡ଼ ଶୋ କରିଛନ୍ତି ପ୍ରଧାନମନ୍ତ୍ରୀ |

ଖବର ସତ୍ୟବାଦୀ ଅଧିକ ଖବର ସହିତ |

ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ ମୋଦି । ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ତାଳବଣିଆ ହେଲିପ୍ୟାଡରୁ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆରମ୍ଭ କରିବିଶାଳ ରୋଡ ସୋ । ସକାଳ ୮ଟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ କାର୍ଯ୍ୟକ୍ରମ ରହିଥିଲା ।

ଅଧିକ ପଢନ୍ତୁ : ପୁରୀରେ ମୋଦି, ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା |ବୋଲି ଏସ୍ପି ପିନାକ ମିଶ୍ର କହିଛନ୍ତି । ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ । ରବିବାର ରାତି ୧୧ଟାରୁ ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଥିଲା । ପରେ ଅନୁଗୁଳ ଏବଂ କଟକରେ ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ|

ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ |